ଜାତୀୟ ଅଧିବେଶନରେ ନାଟ୍ୟକାର ମେଜର୍‍ ରମାରମଣ ପାଢୀ ସମ୍ମାନିତ

ଆସିକା  (ୱାଇଏନ୍‍ଏସ୍‍) :ସର୍ବଭାରତୀୟ ନାଟ୍ୟ ପରିଷଦ (ଅଲ୍‍ ଇଣ୍ଡିଆ ଥିଏଟର୍‍ କାଉନସିଲ୍‍) (ଏଆଇଟିସି)ର ପଞ୍ଚମ ଜାତୀୟ ଅଧିବେଶନ ଓ ସାଂସ୍କୃତିକ ମହୋତ୍ସବ ପୁରୀ ସ୍ଥିତ ହୋଟେଲ୍‍ ସୂର୍ଯ୍ୟ ବିଚ୍‍ ଇନ୍‍ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷର ଓଡିଶା ସମେତ ହିମାଞ୍ଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାନା, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ଆସାମ, ଛତିଶଗଡ, ପଶ୍ଚିମବଙ୍ଗ ଇତ୍ୟାଦି ଅଞ୍ଚଳରୁ ବହୁ କଳାକାର, ନାଟ୍ୟକାର, ଅଭିନେତା, ଅଭିନେତ୍ରୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ସର୍ବଭାରତୀୟ ନାଟ୍ୟ ପରିଷଦର ଏହିି ଜାତୀୟ ଅଧିବେଶନରେ କଳା, ସଂସ୍କୃତି, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ କୃତୀ ଓ କିର୍ତ୍ତୀ ସମେତ ଉଲ୍ଲେଖନୀୟ ପ୍ରତିଭା ଲାଗି ଆସିକା କୃଷ୍ଣସିଂହ ସାହିତ୍ୟ ପରିଷଦ ଭବନର ସଭାପତି ମେଜର୍‍ ରମାରମଣ ପାଢୀ ସମ୍ମାନିତ ହୋଇଥିବା ଜଣାପଡିଛି । ସର୍ବଭାରତୀୟ ନାଟ୍ୟ ପରିଷଦର ଜାତୀୟ ଅଧିବେଶନରେ ଉଲ୍ଲେଖନୀୟ ପ୍ରତିଭା ଲାଗି ମେଜର୍‍ ରମାରମଣ ପାଢୀ ସମ୍ମାନିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ସର୍ବଭାରତୀୟ ନାଟ୍ୟ ପରିଷଦର ଏହି ଜାତୀୟ ଅଧିବେଶନରେ ଏଆଇଟିସିର ଉପାଧ୍ୟକ୍ଷ ରାଜଗୋପାଳ ପାଢୀ, ସାଧାରଣ ସଂପାଦକ ସତୀଶ୍‍ କୁନ୍ଦନ୍‍, ଉପାଧ୍ୟକ୍ଷ ମହମ୍ମଦ ନିଜାମ୍‍, କୋଷାଧ୍ୟକ୍ଷ ସୁନିଲ୍‍ ଦତ୍ତ ବିଶ୍ୱକର୍ମା, ରାଜ୍ୟ ସଭାପତିି ରାମଚନ୍ଦ୍ର ସାସମଲ ଓ ସାଧାରଣ ସଂପାଦକ ବିଶ୍ୱମ୍ଭର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ସର୍ବଭାରତୀୟ ଜାତୀୟ ଅଧିବେଶନରେ ସମ୍ମାନିତ ହୋଇଥିବା ନାଟ୍ୟକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଚଳଚ୍ଚିତ୍ର ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ମେଜର୍‍ ରମାରମଣ ପାଢୀଙ୍କୁ ଆସିକା ଅଞ୍ଚଳର ଜଣାଶୁଣା କ୍ରୀଡାବିତ୍‍ ଏମ୍‍.ତାରିଣୀ ସେନାପତି, ଆସିକା ପ୍ରେସ୍‍କ୍ଳବର ସଭାପତି ସତ୍ୟନାରାୟଣ ରଥ, ଆସିକା ଓକିଲ ସଂଘର ସଭାପତି ଛବିଳରାମ ମିଶ୍ର, ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ନଚିକେତା ସ୍ୱାଇଁ, ଦେବୀ ପ୍ରସାଦ ରଥ, ବିଦେଶୀ ନାହାକ, କେ.ବ୍ରହ୍ମାନନ୍ଦ ରାଓ, ଆସିକା ବଣିକ ସଂଘର ପୂର୍ବତନ ସଭାପତି ଇ.ଅରୁଣ କୁମାର ପାତ୍ର, ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ସରୋଜ କୁମାର ପଣ୍ଡା, ଶିକ୍ଷାବିତ୍‍ ସୁଶିଲ୍‍ କୁମାର ପାଣିଗ୍ରାହୀ, ସିମାଞ୍ଚଳ ନାହାକ, ସୁଧିର କୁମାର ସାହୁ, ସମାଜସେବୀ ରାଜେନ୍ଦ୍ର ପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ମହାରଣା, ସମାଜସେବୀ ଚିତ୍ତରଂଜନ ଆଚାର୍ଯ୍ୟ, ଆଦିକନ୍ଦ ନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ଅରୁଣ କୁମାର ପାଣିଗ୍ରାହୀ, ନୃସିଂହ ପଟ୍ଟନାୟକ, ଏଲ୍‍.ପ୍ରସାଦ ରାଓ ଆଚାରୀ, ଅଶୋକ କୁମାର ଦାଶ, ଏମ୍‍.କ୍ରିଷ୍ଣାଙ୍କ ସମେତ ବହୁ ସଚେତନ ନାଗରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ଚଳଚ୍ଚିତ୍ର ଜଗତର ଅନ୍ୟତମ ସୁନାମଧନ୍ୟ ନିର୍ଦ୍ଦେଶକ ମେଜର୍‍ ରମାରମଣ ପାଢୀଙ୍କ ନାଟ୍ୟଜୀବନ ଆସିକା ସହରରୁ ଆରମ୍ଭ ହୋଇଥିଲା ବେଳେ ଅତୀତରେ ସେ କୃଷ୍ଣସିଂହ ସାହିତ୍ୟ ପରିଷଦର ରଙ୍ଗମଞ୍ଚରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ନାଟକ ନିର୍ଦ୍ଦେଶନା ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ନଜିର୍‍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ