ଅଜଣା ଗାଡି ଧକ୍କାରେ ଜଣେ ମୃତ
ଛତ୍ରପୁର (ଓ୍ବାଇଏନଏସ): ଚମାଖଣ୍ଡି ଥାନା ଅଧିନ ଟିଟାମିୟମ କମ୍ପାନୀ ଗେଟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କିପରି ଦୁର୍ଘଟଣା ଘଟିଲା ତାହା ମଧ୍ୟ ଅସ୍ପଷ୍ଠ ରହିଛି । ଘଟଣାର ଖବର ପାଇ ଚମାଖଣ୍ଡି ଓ ଛତ୍ରପୁର ଥାନା ପୋଲିସ୍ ପହଂଚି ମୃତକଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଚଲାଇଛି । ଏନେଇ ଚମାଖଣ୍ଡି ଥାନାରେ ୧୮୨/୨୫ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଯାଇଥିବା ସୂଚନା ମିଳିଛି ।