ଗଛରୁ ଅଜଣା ଯୁବକର ମୃତଦେହ ଉଦ୍ଧାର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଚାପୁଣ୍ଡିଆ କେନାଲ ନିକଟରେ ଥିବା ଏକ ବେରୁଣ ଗଛରେ ଝୁଲୁଛି ଅଜଣା ଯୁବକର ମୃତଦେହ। ସନ୍ଧ୍ୟାରେ କିଛି ବ୍ୟକ୍ତି ଏହା ଦେଖିବା ପରେ ନନ୍ଦିପଦା ପୋଲିସକୁ ସୂଚନା ଦେଇଛନ୍ତି। ଯୁବକର ପରିଚୟ ମିଳି ନଥିବା ବେଳେ ମୃତ ଯୁବକ ଜଣକ ବଡ଼ ରମ୍ପାସ ଗ୍ରାମର ବୋଲି ଅନୁମାନ କରାଯାଉଛି। ତେବେ ଯୁବକ ଜଣକର ମୃତଦେହ ଏଠାକୁ କିପରି ଆସିଲା, କେହି ହତ୍ୟାକରୀ ଟାଙ୍ଗି ଦେଇଛି ନା ଯୁବକ ଜଣକ ଆତ୍ମହତ୍ୟା କରିଛି ତାକୁ ନେଇ ସନ୍ଦେହ ଉପୁଜିଛି। ଖବର ପ୍ରଚାରିତ ହେବା ପରେ ରମ୍ପାସ ଗ୍ରାମର କିଛି ବ୍ୟକ୍ତି ମୃତଦେହ ଚିହ୍ନଟ ପାଇଁ ଘଟଣା ସ୍ଥଳକୁ ଯାଉଥିବା ଜଣା ଯାଇଛି।


