ଅଭିଭାବକ ଶିକ୍ଷକ ସଂଘ ବୈଠକ
ବୁଗୁଡ଼ା (ଅନୀଲ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଳକର ମୋଟାବାଡି ଗ୍ରାମର ଶ୍ରୀ ଗୋପୀନାଥ ବିଦ୍ୟାପୀଠ ଅଭିଭାବକ ଶିକ୍ଷକ ସଂଘର ୨୦୨୫-୨୬ ଶିକ୍ଷା ବର୍ଷର ପ୍ରଥମ ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ବୃନ୍ଦ ଯୋଗଦେଇଥିଲେ। ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଜଗନ୍ନାଥଙ୍କ ଭଜନ ପରିବେଷଣ ହୋଇଥିଲା। ଏହାପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜର ବକ୍ତବ୍ୟରେ ଶିକ୍ଷାର ଗୁଣାତ୍ମକ ମାନର ବୃଦ୍ଧି ନିମନ୍ତେ ୱାଟ୍ସସ୍ଆପ୍ ଗୃପ, ଜୁନିୟର ରେଡ଼ କ୍ରସ,ସ୍କାଉଟ ଏଣ୍ଡ ଗାଇଡସ ଗଠନ କରି ଛାତ୍ରଛାତ୍ରୀମନଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦଙ୍କ ସହ ଜଡ଼ିତ ହେବାପାଇଁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦୈନିକ ଉପସ୍ଥାପନା ଯେପରି ଶତପ୍ରତିଶତ ରହିବ ସେ ଦିଗରେ ଆଭିଭବକ ବୃନ୍ଦ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିବା ପ୍ରକାଶ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ “ପଞ୍ଚସଖା ଶିକ୍ଷା ସେତୁ” ଆଲୁମିନା ଗୃପ ଗଠନ କରାଯାଇଥିବା ପ୍ରଧାନ ଶିକ୍ଷକ ସୂଚନା ଦେଇଥିଲେ। ଏହି ସଭାରେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ଆଲୁମିନା ଗୃପର ସଭାପତି ବାବୁଲି ମହାରଣାଙ୍କ ସମେତ ପୂରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

 
             
						 
						 
						 
						 
						 
						
