ଗୃହରକ୍ଷୀ ଚୟନ ପାଇଁ ଶାରୀରିକ ମାପଦଣ୍ଡ ପରୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗୃହରକ୍ଷୀ ଚୟନ ପାଇଁ ଶାରୀରିକ ମାପଦଣ୍ଡ ସହ ବିଭିନ୍ନ ପରୀକ୍ଷା ଅନୁଷ୍ଠିତ ହୋଇଛି. ଏହି କ୍ରମରେ ଶାରୀରିକ ମାପଦଣ୍ଡ ପରୀକ୍ଷାରେ ଜିଲ୍ଲାର ବିଭିନ୍ନ ଥାନାଞ୍ଚଳରୁ ପ୍ରାର୍ଥୀମାନେ ଯୋଗ ଦେଇଥିଲେ. ପ୍ରଥମ ପର୍ଯ୍ୟାୟରେ ଚୟନ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ଚଳିତ ମାସ ୨୯ ତାରିଖରେ ରାଣୀପେଣ୍ଠ ସ୍ଥିତ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଦେବେ. ବର୍ତ୍ତମାନ ଶାରିରୀକ ପରୀକ୍ଷାରେ ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଲାଗି ଦୌଡ ଓ ଚାଲି ପରୀକ୍ଷା ହେଉଛି.ଏହି ଶାରିରୀକ ପରୀକ୍ଷା ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କୁମାର ମହାନ୍ତି ଓ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ତତ୍ୱାବଧାନରେ ଚାଲିଛି।


