ଟ୍ରକ ପଛକୁ ପିଟିହେଲା ପିକଅପ : ଦୁଇ ମୃତ
ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ ପଛକୁ ଏକ ବୋଲେରୋ ପିକଅପ ଭେନ ପିଟି ହେବା ଫଳରେ ଭେନର ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି । ଘଟଣାର ଖବର ପାଇ ଛତ୍ରପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପିକଅପ ଭେନ କାଟି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେମାନେ ଗାଡି ଚାଳକ ଭଦ୍ରକ – ହଳଦିଆ ଗାଁ ର ଶେଖର ଚନ୍ଦ୍ର ସାମଲ ଓ ହେଲପର ଦେଓଗଡ଼ଜିଲ୍ଲା ଖିଲବେରେଣି ଗାଁ ର ମାନସ ସେଠସେପଟେ ଘଟଣା ସ୍ଥଳରେ ଗଞ୍ଜାମ ଥାନା ପୋଲିସ, ଗଞ୍ଜାମ ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।


