ଦୁର୍ଗା ପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ନରସିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଉପଦେଷ୍ଟା ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ଦୁର୍ଗା ପୂଜାକୁ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ  ଆୟୋଜନ କରିବା , ଷଷ୍ଠୀ ତୀଥି ୨୯ ତାରିଖରେ ମାଟି ଅନୁକୂଳ କାର୍ଯ୍ୟ ସଂପାଦନ ସମେତ ପୂଜା ସମ୍ପର୍କୀତ ଅନ୍ଯାନ୍ଯ ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଉପଦେଷ୍ଟା ରାମକୃଷ୍ଣ ମହାନ୍ତି, ସଭାପତି ସୁଶାନ୍ତ କୁମାର ମହାନ୍ତି, ଉପ ସଭାପତି ପ୍ରମୋଦ କୁମାର ଛୋଟରାୟ , ସମ୍ପାଦକ ନଟବର ମହାରଣା ଓ କୋଷାଧ୍ୟକ୍ଷ ବିରବର ସ୍ବାଇଁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ