ଲୁଟେରା ନଜରରେ ମନ୍ଦିର :ସୁଦର୍ଶନ ମନ୍ଦିରରୁ ବିଳମ୍ବିତ ରାତ୍ରରେ ଚୋରି
କାକଟପୁର/ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ମାତିଛନ୍ତି ଲୁଟେରା। ସିଧାସଳଖ ଟାର୍ଗେଟ କରୁଛନ୍ତି ଗୋଟିଏ ପରେ ଗୋଟିଏ ମନ୍ଦିର। ଗୋଟିଏ ପରେ ଗୋଟିଏ ମନ୍ଦିରର ଆସବାବ ପତ୍ର, କେଉଁଠି ଟଙ୍କା ଓ ସୁନା। ଶନିବାର ବିଳମ୍ବିତ ରାତ୍ର ରେ ଅସ୍ତରଙ୍ଗ ବ୍ଲକ ସରିପୁର ସ୍ଥିତ ସୁଦର୍ଶନ ମନ୍ଦିରରୁ ଲୁଟେରା ମନ୍ଦିର ହୁଣ୍ଡୀ ଭାଙ୍ଗି ଚୋରି କରି ନେଇଛନ୍ତି। ସୂଚନା ମୁତାବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ସ୍ଥିତ ଚକ୍ରରାଜ ସୁଦର୍ଶନ ମନ୍ଦିର ରୁ ଶନିବାର ବିଳମ୍ବିତ ରାତ୍ର ରେ ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି ହୁଣ୍ଡୀର ତାଲା ଭାଙ୍ଗି ସମ୍ପୂର୍ଣ୍ଣ ଟଙ୍କା ନେଇ ଯାଇଛନ୍ତି ଦୁର୍ବୁତ୍ତ। ଯାହା ସନ୍ଦେହ କରାଯାଉଛି ସ୍ଥାନୀୟ ଅଞ୍ଚଳ ନିଶା ଶକ୍ତ ଯୁବକ ଏଭଳି ଚୋରି କରିପାରିଥାନ୍ତି। ବର୍ତମାନ ଏଭଳି ଦିନକୁ ଦିନ ଲୁଟେରା ଙ୍କ ପାଦ୍ରୁଭାବଅଂଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ତେବେ ପେସାଦାର ଲୁଟେରା ନାଁ ସ୍ଥାନୀୟ ଲୋକ ଙ୍କ ଦ୍ୱାରା ଲୁଟ ହେଉଛି ନାଁ କୌଣସି ଗ୍ୟାଙ୍କ ଏ କାମ କରୁଛି ତାହା ପୁଲିସ କୁ ଚ୍ୟାଲେଞ୍ଜକରୁଛି ଲୁଟେରା ତାହା ବର୍ତମାନ ସ୍ଥାନୀୟ ଲୋକ ଙ୍କ ପାଈଁ ସନ୍ଦେହ ସୃଷ୍ଟି କରିଛି।


