ରାମକୃଷ୍ଣ ହେଲେ କାକଟପୁର ବ୍ଲକ ଓ ସୁରଜ ହେଲେ ଅସ୍ତରଙ୍ଗ ବ୍ଲକ ଟପ୍ପର

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ବ୍ଲକରେ ୮ଟି କେନ୍ଦ୍ରରେ ୧୬୧୯ ଜଣ ଛାତ୍ରଛାତ୍ରୀ ଓ ଅସ୍ତରଙ୍ଗ ବ୍ଲକର ୫ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ୧୦୩୫ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ପୁରୀ ଜିଲ୍ଲା କାକଟପୁର ବ୍ଲକରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି ଗୋପିକାନ୍ତ ହାଇସ୍କୁଲ ର ଛାତ୍ର ରାମକୃଷ୍ଣ ନନ୍ଦ ସେ ୫୫୮ ନମ୍ବର ରଖି ବ୍ଲକ ଟପର ହେଇଥିବା ବେଳେ ବିପିନ ବିହାରୀ ହରିଜନ ଆବାସିକ ହାଇସ୍କୁଲ ର ଆକାଂକ୍ଷା ଆଦ୍ୟାଶା ତ୍ରିପାଠୀ ଓ ଅଭିଷେକ ବିଶ୍ୱାଳ ୫୫୫ ନମ୍ବର ରଖିଛନ୍ତି । ସେହିପରି ଅସ୍ତରଙ୍ଗ ବ୍ଲକରେ ବେଳାଭୂମି ହାଇସ୍କୁଲ ର ଛାତ୍ର ସୁରଜ ପ୍ରଧାନ ୫୪୭ ନମ୍ବର ରଖି ବ୍ଲକ ଟପର ହୋଇଥିବା ବେଳେ ଐସାନେଶ୍ୱର ବିଦ୍ୟପୀଠ ର ଶଶାଙ୍କ ଦଳାଇ ୫୪୦ ନମ୍ବର ଓ ଜନତା ହାଇସ୍କୁଲ ର ପୁଷ୍ପଜିତ ପ୍ରଧାନ ୫୪୦ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଗ୍ରହଣ କରିଛନ୍ତି । ଛାତ୍ରୀ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ପାଈଁ ଗର୍ବ ଗୌରବ ଆଣିଛନ୍ତି ।ଫଳାଫଳ ପ୍ରକାଶ ପରେ କୃତି ଛାତ୍ର, ଛାତ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ