ଆସିଲେନି ରାଜସ୍ବ କର୍ମଚାରୀ : ହତାଶ ହେଲେ ଜମି ମାଲିକ

ହାଟଡିହି (ଓ୍ବାଇଏନଏସ): ଜମି ମାପଚୁପ କରିବା ପାଇଁ ଆଜିକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ରାଜସ୍ବ ନିରୀକ୍ଷକ କି ଅମିନ ନ ଆସିବାରୁ ଜମି ଚି଼ହ୍ନଟ ହୋଇ ପାରିଲାନି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜମି ମାଲିକ। ଏପରି ଅଭିଯୋଗ କରିଛନ୍ତି ମନୋହରପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ। ତାଙ୍କ ଅଭିଯୋଗ ଅନୁଯାଇ ତାଙ୍କର ମନୋହରପୁର ମୌଜାର ୪୯୭/୫୮୭ ପ୍ଲଟ ନମ୍ବର ଘରବାଡି ଚି଼ହ୍ନଟ ପାଇଁ ସେ ଉପଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦେଶ ମତେ ଡ଼ଅଁର ରାଜସ୍ବ ନିରୀକ୍ଷକ ତାଙ୍କ ଚିଠି ନଂ ୩୦ ତା – ୨୭/୫/୨୦୨୬ରେ ୫/୬/୨୦୨୬ ତାରିଖ ସକାଳ ସାଢେ ୮ଟା ବେଳେ ଜମି ମାପଚୁପ କରିବା ପାଇଁ ଚିଠି କରିଥିଲେ। ଏନେଇ ଆବେଦନକାରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସପରିବାର ଉପସ୍ଥିତ ରହିବା ସହ ଗ୍ରାମବାସୀ ଓ ପଡୋଶୀ ଜମି ମାଲିକଙ୍କୁ ଡାକି ଏକତ୍ରିତ କରିଥିବା ବେଳେ ରାଜସ୍ବ ଅଧିକାରୀ କିମ୍ବା ତାଙ୍କ ଅମିନ କି କର୍ମଚାରୀ ଯାଇ ନଥିଲେ। ଫଳରେ ଦୂର ଦୁରାନ୍ତରେ ରହୁଥିବା ତାଙ୍କ ପରିବାର ଲୋକେ ନିରାଶରେ ଫେରିଥିଲେ। ବିଭାଗୀୟ ଅଧିକାରୀଙ୍କ ଏପରି ଖାମଖିଆଲି ନୀତି ବିରୁଦ୍ଧରେ  ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଥିବା ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ