ମଦର ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ

ଅଲଣାହାଟ,(ଓ୍ବାଇଏନଏସ): ଆର୍ଥିକ ସଚେତନତା ଦିଗରେ ଦୀର୍ଘ ଦିନ ହେବ  ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଆସୁଥିବା ସାମଜିକ ଅନୁଷ୍ଠାନ ମଦର ପକ୍ଷରୁ ନାଉଗାଁ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ଡିପୋଜିଟର ଏଜୁକେସନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନାବାର୍ଡର ଡିଡିଏମ୍ ବିଦୁଲତା ବେହେରା,  ମିଶନ ଶକ୍ତିର ବ୍ଲକ୍ କାର୍ଯ୍ୟକ୍ରମ ସଂଯୋଜକ ସତ୍ୟାର୍ଥ ପ୍ରକାଶ ପରିଡ଼ା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦିନେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ଯକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଅଧିକାରୀ ବ୍ରଜ କିଶୋର ନାୟକ ଏବଂ ପ୍ରମୋଦ କିଶୋର ମହାପାତ୍ର ଯୋଗ ଦେଇ ଆର୍ଥିକ ସଚେତନତା, ବ୍ୟାଙ୍କ ବ୍ୟବସ୍ଥା, ଜମା, ଋଣ, କେୱାଇସି, ସାଇବର ଫ୍ରଡ ଇତ୍ୟାଦି ଉପରେ ଲୋକମାନଙ୍କୁ ବୁଝାଇଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଲୋକମାନଙ୍କ ଆର୍ଥିକ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ଏହାର ସୁଯୋଗ ନେବାକୁ ମଦର ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷକ,ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନାଉଗାଁ ସିଏଫ୍ଏଲ୍ କେନ୍ଦ୍ରର କୋର୍ଡିନେଟର ପ୍ରିୟ ରଞ୍ଜନ ଦାଶ, ନାଉଗାଁ କାଉନସିଲର ପ୍ରିୟଦର୍ଶିନୀ ଦାସ ଏବଂ ବାଲିକୁଦା କାଉନସିଲର ମମତା କାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ