ଭିଜିଲାନ୍ସ ଜାଲରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ

କଟକ, (ଓ୍ବାଇଏନଏସ): ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ସ୍କୁଲ ଏନ୍ ଓ ସି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଭଦ୍ରକର ଗୁରୁକୁଲ୍ ବିଦ୍ୟାଳୟର ଏନ୍ ଓ ସି ପାଇଁ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ ସାହୁଙ୍କ ଠାରୁ ୧୦ହଜାର ଟଙ୍କା ନେବା ପାଇଁ ଦାବୀ କରିଥିଲେ ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। କିନ୍ତୁ ଏ ଲାଞ୍ଚ ଅଭିଯୋଗ ନେଇ ବାଲେଶ୍ୱର ଭିଜିଲାନ୍ସ ଅଫିସ୍ ରେ ଅଭିଯୋଗ କରିଥିଲେ ପ୍ରଶାନ୍ତ ସାହୁ। ଆଜି ପୂର୍ବ ଯୋଜନା ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଟ୍ରାପ୍ କରିଥିଲା। ଟ୍ରାପ୍ ସମୟରେ ୧୦ ହଜାର ଟଙ୍କା ସହ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତେବେ ଶ୍ରୀକାନ୍ତ ସାହୁଙ୍କୁ ଗିରଫ ପରେ ତାଙ୍କ ଘର ସମେତ ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ଉ ଚାଲିଥିବା ଭିଜିଲାନ୍ସ ଡିଏସପି ଚିନ୍ମୟ ରାଉତ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ