ରାସ୍ତା ଅବସ୍ଥା ଶୋଚନୀୟ :ଯାତାୟାତରେ ଲୋକ ହୀନସ୍ତା
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅସ୍ତରଙ୍ଗ ରୁ କୁହୁଡି ଦେଈ ଜିଉଁନ୍ତି ଦୀର୍ଘ ୨ରୁ ୩କିଲୋମିଟର ରାସ୍ତା ଅବସ୍ଥା ବେହାଲ ହୋଇ ପଡିଲାଣି। ଏହି ରାସ୍ତାର ବହୁ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ବର୍ଷା ଦିନେ ପାଣି ଜମିବା ଶହ ମରଣଯନ୍ତା ପାଲଟିଛି। ବିଶେଷ କରି ବର୍ଷା ଦିନରେ ପାଣି ଜମି ରହିବା ଫଳରେ ବାଇକି ଆରୋହୀ ମାନେ ଦୁର୍ଘଟଣା ଶିକାର ହେଉଛନ୍ତି। ଏହି ରାସ୍ତା ଉପରେ କାକଟପୁର, ଜିଉଁନ୍ତି, କେନ୍ଦ୍ରାପଟି, ସିଲାରୀ, ନଈଗୁଆଁ ପ୍ରାୟ ଅନେକ ଲୋକ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି। ଖାଲି ସେତିକି ନୁହେଁ ଏହି ମୁଖ୍ୟ ରାସ୍ତା ଉପରେ ରାଜ୍ୟର କୋଣ ଅନୁକୋଣ ରୁ ପର୍ଯ୍ୟଟନ ସ୍ଥଳୀ ପୀରଜାହାନିଆ କୁ ଆସିଥାନ୍ତି। ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ମାନେ ଚିକିତ୍ସା ପାଇଁ ଆସିଥାନ୍ତି। ଗର୍ଭବତୀ, ପ୍ରସୂତି ମହିଳା ଓ ଗୁରୁତର ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଅସ୍ତରଙ୍ଗ ମହାବିଦ୍ୟାଳୟ,ମହାତ୍ମାଗାନ୍ଧୀ ମହାବିଦ୍ୟାଳୟ ର ଶତାଧିକ ଛାତ୍ର, ଛାତ୍ରୀ ପ୍ରତିଦିନ ଯିବା ଆସିବା କରିଥାନ୍ତି। ଏପରି ଏକ ସମ୍ବେଦନଶୀଳ ରାସ୍ତାକୁ ପୂର୍ତ୍ତ ବିଭାଗ ଅଣଦେଖା କରିବା ନେଇ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।


