ସାଗର କବଚ-୨ ସମରାଭ୍ୟାସ
ଛତ୍ରପୁର,(ଓ୍ବାଇଏନଏସ) : ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ସମୁଦ୍ର ତଟ ସୁରକ୍ଷା ନେଇ ଦୁଇ ଦିନିଆ ସାଗର କବଚ ସମରାଭ୍ୟାସ ଚାଲିଛି। ସମୁଦ୍ର ନିକଟ ଥାନା ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ଛତ୍ରପୁର,ରମ୍ଭା,ଚମାଖଣ୍ଡି ପୁଲିସ ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି। ସୂଚନା ଥାଉକି ଗତ୨୬/୧୧ /୨୦୦୮ରେ ପାକିସ୍ଥାନ ଆତଙ୍କବାଦୀ ମୁମ୍ବାଇ ଜଳପଥ ଦେଇ ଆସିବାପରେ ଆକ୍ରମଣ କରିଥିଲେ। ଏଥିôରେ ବହୁ ଲୋକ ମୃତ୍ୟୁ ଓ ଗୁରୁତର ଆହତ ହୋଇଥିଲେ। ଏହାପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପକ୍ଷରୁ ପ୍ରତ୍ୟେକ ବର୍ଷ ଦୁଇଥର ସମରାଭ୍ୟାସ କରାଯାଉଛି। ଜଳପଥ ହେଉ ବା ସ୍ଥଳପଥ ହେଉ ଶତ୍ରୁପକ୍ଷକୁ ଦିଆଯିବ କଡା ଜବାବ। ଆଜି ସାଗର କବର -୨ ସମରାଭ୍ୟାସ ଚାଲିଛି ଏହା ଦୁଇ ଦିନ ଧରି ଚାଲିବ। କିପରି ଜଳପଥ ହେଉବା ସ୍ଥଳପଥ ହେଉ ଯେଉଁ ବାଟେ ଦେଇ ଆସିବେ ଶତ୍ରୁପକ୍ଷ ତାହାକୁ କଡା ଜବାବ ଦିଆଯିବ। ଗଞ୍ଜାମ ପୋଲିସ ଜିଲା ଅଧିନ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଅଧିନରେ ପ୍ରୟାଗି ଠାରୁ ହରିପୁର ପର୍ଯ୍ୟନ୍ତ ଦିର୍ଘ ୪୦ କିମି ପର୍ଯ୍ୟନ୍ତ ପେଟ୍ରୋଲିଂ କରିଥାନ୍ତି। ଏହି ସମରାଭ୍ୟାସରେ ପୋଲିସ, ମତ୍ସ୍ୟ ବିଭାଗ, ଅଗ୍ନିଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୋଷ୍ଟ ଗାର୍ଡ ସାମିଲ ହୋଇଥିଲେ। ପ୍ରତ୍ୟେକ ସ୍ଥାନରେ କଡାକଡି ଯାଂଚ କରାଯାଉଛି। କିପରି ଶତ୍ରୃପକ୍ଷ ପ୍ରବେଶ କରିପାରିବେ ନାହିଁ। ଏପରିକି ବ୍ଲୁ ଟିମ ଓ ରେଡ ଟିମ ଭାବେ ଦୁଇଟି ଟିମ ଗଠନ ହୋଇଛି। ବ୍ଲୁ ଟିମର ନେତୃତ୍ୱରେ ନେଉଥିଲେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ। ଏନେଇ ଏହି ଟିମ ଜଳପଥରେ କଡାକଡ ପେଟ୍ରୋଲିଂ କରିବା ବେଳେ ଏକ ବୋଟ ଯୋଗେ ୪ଜଣ ଡମି ଆତଙ୍କବାଦୀ ଜଳପଥ ରେ ଯାଉଥିବା ବେଳେ ଏହି ଟିମ ସେମାନଙ୍କୁ ଧରିଥିଲା, ଏହା ଏକ ଡମି ଥିଲା। ସେମାନେ ଧରି ପାରୁଛନ୍ତି କି ନାହିଁ ତାହା ଏକ ଡେମୋ କରାଯାଇଥିଲା। କିପରି ସଜାଗ ରହିଛି ପୋଲିସ ରହିଛି ଏହି ସମରାଭ୍ୟାସର ଉଦେଶ୍ୟ ଥିଲା। ଏହି ସାଗର କବଚ-୨ କାର୍ଯ୍ୟକ୍ରମ ଗୁରୁବାର ଶେଷ ହେବ ବୋଲି ମେରାଇନ ଥାନା ଅଧିକାରୀ ବିଦ୍ୟାଭାରତୀ ନାୟକ କହିଥିଲେ। ବିଭିନ୍ନ ଛକ ମାନଙ୍କରେ ମଧ୍ୟ ପୋଲିସ ସମସ୍ତ ଗାଡି ସବୁ ଯାଂଚ କରୁଛି,ମତ୍ସ୍ୟଜିବି ମାନଙ୍କୁ ମଧ୍ୟ ସଚେତନତା କରାଯାଉଛି, କିଏ ଅଜଣା ବ୍ୟକ୍ତି ଆସିଲେ ତୁରନ୍ତ ପୋଲିସକୁ ଅଗବତ କରାଇବା ପାଇଁ କୁହାଯାଇଛି।


