ଛତ୍ରପୁର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେଲେ ବିଧାୟକ
ଛତ୍ରପୁର,(ଓ୍ବାଇଏନଏସ): ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ପରିସର ରେ ଛତ୍ରପୁର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ ଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟଵକ୍ତା ଭାବରେ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଯୋଗଦେଇଥିଲେ, କ୍ରୀଡା ଶିକ୍ଷକ ତଥା ଶାରୀରିକ ଶିକ୍ଷକ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତା ରେ ଛତ୍ରପୁର ବ୍ଲକର ୪ ଟି ଜୋନ ସ୍ତରୀୟ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୩୦୦ ରୁ ଜଣ ବାଳକ/ ବାଳିକା ମାନେ ଭାଗ ନେଇଥିଲେ।ସେମାନେ କ୍ରିକେଟ, କବାଡି, ଖୋ ଖୋ,ଦୌଡ଼,କୁଦ, ସଟ ଫୁଟ,ଲମ୍ବଜମ୍ପ, ହାଇଜମ୍ପ ଭଳି ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିଥିଲେ, ଏହି ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଖେଳାଳି ମାନେ ଜିଲ୍ଲା ସ୍ତରରେ ଖେଳିବା ପାଇଁ ଚୟନ ହୋଇଥିଲେ । ଏହି ଅବସର ରେ ଛତ୍ରପୁର ବ୍ଲକର ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ଦାଶ ଓ ଗଞ୍ଜାମ ବ୍ଲକର ବରିଷ୍ଠ ଶିକ୍ଷକ ଭଞ୍ଜ କିଶୋର ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା, ଅନଶ୍ଲୋ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅରୁଣ କୁମାର ମାନସିଂ ଭେନ୍ୟୁ ଇନ ଚାର୍ଜ ରହିଥିବା ବେଳେ ସମସ୍ତ କ୍ରୀଡା ଶିକ୍ଷକ ମାନେ ପରିଚାଳନା ରେ ସହଯୋଗ କରିଥିଲେ।


