ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ରାସ୍ତାରେ ଛୁଟୁଛି ଡ୍ରେନ୍‌ର ଆବର୍ଜନା ପାଣି

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ )ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡ୍ରେନ୍ ଆବର୍ଜନା ଭର୍ତ୍ତି ହୋଇ ଚୁଣ୍ଟି ହୋଇଥିବାରୁ ଅସରାଏ ବର୍ଷାରେ ମୁଖ୍ୟରାସ୍ତା ଓ ସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇନପାରି ଡ୍ରେନରେ ଆବର୍ଜନା ଭର୍ତ୍ତି ସହ ଦୂଷିତ ପାଣି ଜମୁ ଥିବାରୁ ଫଳରେ ସ୍ବଚ୍ଛ ଭାରତ ଅଭିଯାନ ଏଠାରେ ବାଟବଣା ହୋଇଛି। ମଙ୍ଗଳବାର ଅପରାହ୍ନରେ ଏହି ଅଞ୍ଚଳରେ କୂଆ ପଥର ସହିତ ଭଲ ବର୍ଷା ହୋଇଥିଲା। ଡ୍ରେନ୍‌ରେ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ନାଳ ଭଳିଆ ଭିତରେ ପାଣି ଯାଇଥିଲା ।ସଦର ଘରୁ ପଲିଥିନ ଓ ଆବର୍ଜନା ମୁକ୍ତ ସ୍ଵଛ ନିର୍ମଳ ଗାଁ କରିବା ପାଇଁ ଉଦ୍ୟମ କରାଯାଉଛି। ଗତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ  ଏଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ପଞ୍ଚାୟତ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଯୋଗଦେଇ ସଚେତନତା ଶୋଭାଯାତ୍ରା କରିଥିଲେ। ଲୋକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନର ବାର୍ଭା ଦେଇଥିଲେ । ତଥାପି ସଚେତନତା ଅଭାବରୁ ବର୍ଷକ ପରେବି ଆବର୍ଜନା ପରିଚାଳନାରେ କୌଣସି ଉନ୍ନତି ହୋଇନାହିଁ । ସଦର ମହାକୁମାରେ ଏଭଳି ଅବସ୍ଥାରେ ଥିବ ତେବେ ଅନ୍ୟ ପଞ୍ଚାୟତ ଠାରୁ କଣ ଆଶା କରିବା ବୋଲି ସାଧାରଣ ରେ ଚର୍ଚା ହେଉଛି। ଗତ ବର୍ଷ କେତେ ଗୋଟି ସାହିର ଡ୍ରେନ ସଫା କରାଯାଇଥିଲା। କିନ୍ତୁ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଉ ସଫା କରୁନି ପ୍ରସାସନ। କଲ୍ୟାଣସିଂହପୁର ସଦର ମହାକୁମା ପଞ୍ଚାୟତ ହୋଇଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁନଥିବାରୀ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି ଗ୍ରାମରେ ବିଭିନ୍ନ ସାହିରେ ମେଲେରିଆ, କାମଳ, ଟାଇଫର୍ଡ ଜୁର ଆକ୍ରାନ୍ତରେ ଶିକାର ହୋଇ କିଛି ଜଣଙ୍କ ପୂର୍ବରୁ ଜୀବନ ଯାଇଥିବା ନଜୀର ରହିଛି। ଆଗକୁ ବର୍ଷା ଋତୁ ଆସୁଛି ପୂର୍ବରୁ ପ୍ରସାସନ ଓ ପଞ୍ଚାୟତ ସତର୍କ ନରହିଲେ ଲେଡିଗୁଡ଼ କହୁଣୀକୁ ବୋହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।ସ୍ଥାନୀୟ ଅଞ୍ଚଳକୁ ପଲିଥିନ, ଆବର୍ଜନା ମୁକ୍ତ କରିବା ଦିଗରେ କଡ଼ା ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ