ଶିକ୍ଷଣ ଶିକ୍ଷାଦାନ ଉପକରଣ କର୍ମଶାଳା

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡା କ୍ଲଷ୍ଟରର ମତାଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ  କ୍ଳଷ୍ଟର ସ୍ତରୀୟ ଦୁଇ ଦିନିଆ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା କ୍ଲଷ୍ଟର ସିଆରସିସି ଅନନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୨୨ ଓ ୨୩ ତାରିଖ ଦୁଇ ଦିନ ପାଇଁ ତାକରଡା କ୍ଲଷ୍ଟର ଅନ୍ତର୍ଗତ ୧୨ ଟି ବିଦ୍ୟାଳୟର ଏଫଏଲଏନ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଆଞ୍ଚଳିକ ଶିଳ୍ପିଙ୍କ ସହାୟତାରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀ ଗୃହ ଶିକ୍ଷାଦାନ ସହଜ, ସରଳ, ସୁଗମ୍ୟ ଓ ଆନନ୍ଦମୟ କରିବା ଲାଗି ବିଦ୍ୟାଳୟ ଓ ଗ୍ରାମ ପରୀବେଶରୁ ମିଳୁଥିବା ସାମଗ୍ରୀକୁ ନେଇ ପ୍ରସ୍ତୁତି ଓ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ। ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଏହାର ଉପଯୋଗ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇପାରିବ ବୋଲି ବରିଷ୍ଠ ଶିକ୍ଷକ ରବୀନ୍ଦ୍ର କୁମାର ପାତ୍ର ପ୍ରକାଶ କରିଥିଲେ। ସିଆରସିସି ଅନନ୍ତ କୁମାର ସାହୁ କର୍ମଶାଳାରେ ଅବଶ୍ୟକ ସାମଗ୍ରୀ, ଖାଦ୍ୟ, ପାନୀୟର ବ୍ୟବସ୍ଥା କରାଇବା ସହିତ କର୍ମଶାଳା ସୁଚାରୁରୁପେ ପରିଚାଳନା କରିଥିଲେ। ଉପକରଣ ଗୁଡିକୁ ଉଚ୍ଚକୋଟୀର ବୋଲି ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସେଠୀ, ଚିତ୍ତ ମହାରଣା ଓ ସୁସମିତା ସାହୁ ପ୍ରଶଂସା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ