ଓଲଟିଲା ସ୍କୁଲ ଭନ- 12 ଛାତ୍ର ଛାତ୍ରୀ ଆହତ
ଚିକିଟି (ଓ୍ବାଇଏନଏସ): ଚିକିଟି ପିତାତଳି ଆଦର୍ଶ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କୁ ନେଇ ଯାଉଥିବା ସ୍କୁଲ ଭେନ ଟି ତଳ ବାଳକୁମାରୀ ମନ୍ଦିର ନିକଟରେ ଭାରସାମ୍ୟ ହରେଇ ଓଲଟି ପଡିଛି.ଏଥିରେ 12 ଜଣ ବିଦ୍ୟାର୍ଥୀ ଙ୍କ ସମେତ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି.ଆହତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିଟି ମେଡିକାଲ ନେଇଥିଲେ.ଡ୍ରାଇଭର ଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି.ସେ ସୁସ୍ଥ ଥିବା ବେଳେ ସମସ୍ତେ ବଡ଼ ଅଘଟଣ ରୁ ରକ୍ଷା ପାଇଥିବା ଜଣାଯାଇଛି.ଗାଡି ଟି ନୂଆପଡା ଅଞ୍ଚଳ ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ର ପିଲାଙ୍କୁ ନେଇ ବିଦ୍ୟାଳୟ ଯାଉଥିଲା ବେଳେ ଏ ଦୁର୍ଘଟଣା ଘଟିଥିଲା..ଧାନଘର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଗାଡି ଜବତ ସହ ଅନୁସନ୍ଧାନ ଜାରି ରଖିଛନ୍ତି.


