ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳ ବେହାଲ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ତିନିଦିନ ଧରି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା କାରଣରୁ କେତେକ ସ୍ଥାନରେ ରାସ୍ତା ଓ ପୋଲ ଉପରେ ବନ୍ୟା ପାଣି ଚାଲୁଥିବା ଯୋଗୁଁ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ଏଥିସହ ଜାତୀୟ ରାଜପଥ ୪୯ ର କାଞ୍ଜିପାଣି ଘାଟିରେ ମାଟି ଅତଡା ଧସି ଯାଇଥିବାବେଳେ ଜୁଡିଆ ଘାଟିରେ ବଡ ବଡ ପଥ ଖସି ପଡିଥିବା ଦେଖାଯାଇଥିଲା । କେନ୍ଦୁଝର ସହରର ଡିଏଭି ସ୍କୁଲ ଲେନ ୧,୨,୩,ଗାୟତ୍ରୀ ମନ୍ଦିର କଲୋନୀ,ବ୍ୟାଙ୍କ କଲୋନୀ,ମଦନ ମୋହନ କର ଗଳି,ଆୟକର ଭବନ ଗଳି,ବିବେକାନନ୍ଦ କଲୋନୀ,ଏଲଆଇସି କଲୋନୀ,ବଡହଳ, ଭାଲୁକିପତଳା, ମାଗୁରଗାଡିଆ, ଗାୟତ୍ରୀ ମନ୍ଦିର ନିକଟ, ବୁଲାଦୁଆର ସାହି,ସ୍ପଞ୍ଜ କଲୋନୀ,ଭାଲୁକିପତଳା ଶ୍ରୀ ବିହାର ଲେନ-୧,ବଳଦେବଜୀଉ କଲୋନୀ,ବାନାର୍ଜୀ କଲୋନୀ,ବଳଦେବଜୀଉ କଲୋନୀ ଏବଂ କାଶିପୁରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବା ଖବର ମିଳିଛି । ସୂଚନା ଅନୁସାରେ, କେନ୍ଦୁଝର ସଦର ବ୍ଲକ ଅଂଚଳରେ ୯୨.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବାଂଶପାଳ ବ୍ଲକ ଅଂଚଳରେ ୧୧୩.୬ ମିମି,ତେଲକୋଇ ବ୍ଲକ ଅଂଚଳରେ ୭୫.୨ ମିମି,ପାଟଣା ବ୍ଲକ ଅଂଚଳରେ ୫୩.୬ ମିମି,ସାହାରପଡା ବ୍ଲକ ଅଂଚଳରେ ୪୭.୨ ମିମି,ଘଟଗାଁ ବ୍ଲକ ଅଂଚଳରେ ୫୪.୨ ମିମି,ହରିଚନ୍ଦନପୁର ବ୍ଲକ ଅଂଚଳରେ ୩୮.୨ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଆନନ୍ଦପୁର ବ୍ଲକ ଅଂଚଳରେ ୧୦ ମିମି,ଘସିପୁରା ବ୍ଲକ ଅଂଚଳରେ ୨୬.୧ ମିମି,ହାଟଡିହି ବ୍ଲକ ଅଂଚଳରେ ୨୫.୨ ମିମି,ଚମ୍ପୁଆ ବ୍ଲକ ଅଂଚଳରେ ୫୧ ମିମି,ଯୋଡା ବ୍ଲକ ଅଂଚଳରେ ୨୪.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଝୁମ୍ପୁରା ବ୍ଲକ ଅଂଚଳରେ ୬୮.୮ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ