ଗରାପୁର ଆଶ୍ରମରେ ଶିବାନନ୍ଦ ଜୟନ୍ତୀ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ସ୍ୱାମୀ ଶିବାନନ୍ଦ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ପ୍ରାତଃ ପ୍ରାର୍ଥନା, ଜପ, ଧ୍ୟାନ ସହିତ ନଗର ପରିକ୍ରମା ପ୍ରଭୃତି କରାଯାଇଥିଲା। ଭକ୍ତମାନଙ୍କ ଦ୍ୱାରା ଶ୍ରୀଗୁରୁ ପାଦପୂଜା କରାଯିବା ସହ ସ୍ୱାମିଜୀଙ୍କ ଜୀବନଦର୍ଶନ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଶ୍ରୀମାଙ୍କ ସମେତ ଡ. କାଳିପ୍ରସନ୍ନ ଶତପଥୀ, ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଶ୍ରୀଧର ରାଉତ, ବ୍ରହ୍ମଚାରୀ ନୃସିଂହନାଥ, ପ୍ରମୋଦ ଦାସ, ଦେବେନ୍ଦ୍ର ସାମନ୍ତ, କମଳଲୋଚନ ସ୍ୱାଇଁ, ବର୍ଷା, କମଳା ମହାନ୍ତି, ଦୈା୍ରପଦୀ ରାଉତ, ସବିତା ମହାରଣା, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମା, ଅମୀୟ ପଣ୍ଡା, ବଗଡା ଓ ଏଣ୍ଡରର କୀର୍ତ୍ତନମଣ୍ଡଳୀ ପ୍ରମୁଖ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ। ଆସନ୍ତା ୨୪ତାରିଖ ସ୍ୱାମୀ ଚିଦାନନ୍ଦ ଜୟନ୍ତୀ ପର୍ଯ୍ୟନ୍ତ ଏକ ସାଧନା ପକ୍ଷ ପାଳନ ପରିପେକ୍ଷୀରେ ଏକ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବ ବୋଲି ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ