ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା: ଜେଲରୁ ବାହାରିଲେ ଅଧ୍ୟକ୍ଷ
ବାଲେଶ୍ବର(ସରୋଜ ପଣ୍ଡା): ଦୀର୍ଘ ଏଗାର ମାସ ପରେ ଆଜି ଅପରାହ୍ନରେ ବାଲେଶ୍ୱର ଜେଲରୁ ବାହାରିଲେ ଫକୀର ମୋହନ କଲେଜର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ। ସୂଚନା ଥାଉକି,ବହୁ ଚର୍ଚ୍ଚିତ ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ମୁଖ୍ୟ ଅଭିଯୁକ୍ତ ଓଡ଼ିଆ ବିଭାଗର HOD ସମୀର ସାହୁ, ଦୁଇ ଜଣ ଛାତ୍ର ନେତା ଏବଂ ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାର ପୂର୍ବରୁ ଦୁଇ ଛାତ୍ରନେତାଙ୍କ ର ବେଲ ହୋଇଥିବା ବେଳେ ଦୀର୍ଘ ଏଗାର ମାସ ପରେ ଆଜି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଙ୍କୁ ବେଲ ମିଳିଛି।


