ଜୋର୍‍ ଧରିଲା ଲାଲାଶାସନ ଓ ଲଛମନପଲ୍ଲୀ ବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ ଦାବୀ: ରାଜସ୍ୱ ବିଭାଗକୁ ସ୍ମାରକପତ୍ର ପ୍ରଦାନ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଲାଲାଶାସନ ଗ୍ରାମ ଓ ଲଛମନପଲ୍ଲୀ ଗ୍ରାମବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ ଦାବୀ ଦିନକୁ ଦିନ ଜୋର୍‍ ଧରୁଥିବା ଦେଖିବାକୁ ମିଳିଛି । ଆସିକା ଏନ୍‍ଏସି ଅଧିନସ୍ଥ ଲାଲାଶାସନ ଓ ଲଛମନପଲ୍ଲୀ ଗ୍ରାମରେ ବର୍ଷ ବର୍ଷ ଧରି ଶହ ଶହ ଜନତା ଗୃହ ନିର୍ମାଣ କରି ବସବାସ କରିଆସୁଥିଲେ ମଧ୍ୟ ଉକ୍ତ ଅଞ୍ଚଳର ଜାଗାଗୁଡିକ ଗ୍ରାମକଣ୍ଟକ ପରମ୍ବୋକ ଯୋଗୁଁ ଘରବାରି ପଟ୍ଟା ନଥିବା କାରଣରୁ ଆବଶ୍ୟକତା ସମୟରେ ବହୁ ବ୍ୟକ୍ତି ବିଭିନ୍ନ ପ୍ରମାଣପତ୍ର ଠାରୁ ଆରମ୍ଭ କରି ବାସଗୃହ କ୍ରୟବିକ୍ରୟ ଓ ପିଲାଙ୍କ ପାଠପଢା ଏବଂ କନ୍ୟା ସନ୍ତାନଙ୍କ ବିବାହ ସାଙ୍ଗକୁ ବିଭିନ୍ନ ପ୍ରମାଣପତ୍ର ପାଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟାଙ୍କରୁ ଋଣ ଉଠାଇବା କ୍ଷେତ୍ରରେ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ସମସ୍ୟା ସମାଧାନରୁ ବଞ୍ଚିତ ହୋଇଆସୁଛନ୍ତି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଲାଲାଶାସନ ଓ ଲଛମନପଲ୍ଲୀ ଗ୍ରାମବାସୀଙ୍କୁ ଘରବାରି ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଦାବୀ କରି ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ କାଉନସିଲର ରାଘବ ସିୟ, ପୂୂର୍ବତନ କାଉନସିଲର କୈଳାଶ ଚନ୍ଦ୍ର ପ୍ରଧାନ, ଲାଲାଶାସନ ଗ୍ରାମର ବରିଷ୍ଠ ନାଗରିକ ଗଙ୍ଗାଧର ଶତପଥୀ, ସମାଜସେବୀ ଲିଙ୍ଗରାଜ କର ପ୍ରମୁଖ ଆସିକା ତହସିଲଦାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସାଙ୍ଗକୁ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଲାଲାଶାସନ ଓ ଲଛମନପଲ୍ଲୀ ଗ୍ରାମର ସଚେତନ ନାଗରିକଙ୍କ ପକ୍ଷରୁ ଏକ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ଆସିକା ରାଜସ୍ୱ ବିଭାଗକୁ ପ୍ରଦାନ କରାଯାଇଥିଲା ବେଳେ ଏହାର ନକଲ ଗଞ୍ଜାମ ଜିଲ୍ଲାପାଳ, ଭଂନନଗର ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ତହସିଲ ଅଧିନସ୍ଥ ଲାଲାଶାସନ ଓ ଲଛମନପଲ୍ଲୀ ଗ୍ରାମବାସୀଙ୍କୁ ଘରବାରି ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, କାଉନସିଲର ସଂଯୁକ୍ତା ଶତପଥୀ, ଗ୍ରାମ୍ୟ କମିଟି ଉପସଭାପତି ପ୍ରଦୀପ କୁମାର ଶତପଥୀ, ଆସିକା ଏନ୍‍ଏସିର ୧୬ ନମ୍ବର ୱାର୍ଡର କାଉନସିଲର ରାଘବ ସିୟ, ସମାଜସେବୀ ସୀତାରାମ ହୋତା, ସୁନିଲ୍‍ କୁମାର ତ୍ରିପାଠୀ, ଗଙ୍ଗାଧର ଶତପଥୀ, ରାଧାମାଧବ ତ୍ରିପାଠୀ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଅଭିନାଶ ମିଶ୍ର, ଗୋପାଳକୃଷ୍ଣ ନାୟକ, ଫକୀର ମୋହନ ଦାଶ, ସୁନିଲ୍‍ ମହାରଣା, ହିମାଂଶୁ ଶେଖର ପାତ୍ର, ମନୋଜ ବିଶ୍ୱାଳ, ପ୍ରସନ୍ନ ବିଶ୍ୱାଳ, ରୂପକ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଅନୁରୋଧ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ