ମହେନ୍ଦ୍ରଗଡ଼ ଏକକ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଜବ ନୀତି: ନାମ ଲେଖାର 8 ମାସ ପରେ ସୁଦ୍ଧା ପାଠ ପଢା ଆରମ୍ଭ ହୋଇନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତିର ମହେନ୍ଦ୍ରଗଡ଼ ଏକକ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଜବ ନୀତି ଯୋଗୁଁ ନାମ ଲେଖାର 8 ମାସ ପରେ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଠ ପଢା ଆରମ୍ଭ ହୋଇନଥିବା ଯୋଗୁଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କ ଠାରେ ଏନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି. ତୁରନ୍ତ ପାଠ ପଢା ଆରମ୍ଭ କରିବା ପାଇଁ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଗ୍ରାମବାସୀ ଓ ଅଭିଭାବକମାନେ. ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ଏକଲବ୍ୟ ଆଦର୍ଶ ଆବାସିକ ଏହି ବିଦ୍ୟାଳୟରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରେ ନାମ ଲେଖାଇବା ନିମନ୍ତେ ଗତ ଫେବୃଆରୀ ମାସ ୨୩ ତାରିଖ ରବିବାର ଦିନ ମହେନ୍ଦ୍ରଗଡ଼ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପ୍ରବେଶିକା ପରୀକ୍ଷାରେ ୩୦ ଜଣ ଛାତ୍ର ଏବଂ ୩୦ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ଯୋଗ୍ୟ ହୋଇଥିଲେ । ଯାହାକି ମେଧା ଡାଲିକାରେ ପ୍ରକାଶ ପାଇଥିଲା । ସେହି ତାଲିକା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ନାମ ଲେଖାଇ ଥିଲେ ହେଁ, ଆଜକୁ ୮ ମାସ ବିତି ଯାଇଛି କିନ୍ତୁ ବିଦ୍ୟାର୍ଥୀ ମାନେ ସେହି ବିଦ୍ୟାଳୟକୁ ଯାଇ ପାରି ନାହାଁନ୍ତି । ଏହି କାରଣରୁ ଗଜପତି ଜିଲ୍ଲାର ପାଞ୍ଚ ଗୋଟି ବ୍ଳକ୍ ତଥା, ମୋହନା, ନୂଆଗଡ଼, ଆଉ ଭଦୟଗିରି ରାୟଗଡ଼, ଗୁମ୍ମା ଅଞ୍ଚଳର ଅଭିଭାବକ ମାନେ ମିଳିତ ଭାବେ ଜିଲ୍ଲାପାଳ ନିକଟରେ ନିଜ ପିଲାଙ୍କ ଭବିଷ୍ଯତ ନେଇ ଅଭିଯୋଗ କରିଛନ୍ତି ।


