ଶିକ୍ଷକ ସଂଘ ସମ୍ମିଳନୀ ଅନୁଷ୍ଠିତ

ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ପ୍ରତିଷ୍ଠିତ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ ସଂଘ ସମ୍ମିଳନୀ ୧୯/୮/୨୬ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଲେଜର ପ୍ରିନ୍ସିପାଲ ଭଗବାନ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ। ଅତିଥି ଭାବେ ଭାଇସପ୍ରିନସ୍ପାଲ ହରିକୃଷ୍ଣ ନାୟକ ଯୋଗଦେଇ ମୂଲ୍ୟବୋଧ ଓ ନୈତିକ ଶିକ୍ଷା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜନୀତି ବିଭଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ଅଧ୍ୟାପକ ଲୋକନାଥ ବେହେରା ଅଭିଭାବକ ଶିକ୍ଷକ ସଂଘ ସମ୍ମିଳନୀର ନିୟମ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ବିଭାଗର ଇତିହାସ ଓ ପୂର୍ବତନ ଛାତ୍ରଛାତ୍ରୀ ବୃନ୍ଦ ବିଶ୍ୱବିଦ୍ୟାଳୟ ସ୍ଥରରେ ବିଭାଗ ଓ କଲେଜ ପାଇ ଆଣିଥିବା ଗୌରବ ବିଷୟରେ ପ୍ରକାଶ କରିଥିଲେ। ଏଥିସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶ୍ରେଣୀରେ ଉପସ୍ଥାନ ୭୫% ରହିବା ସରକାରୀ ନିୟମ ବିଷୟରେ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଭାଗର ଶୈକ୍ଷିକ ବାତାବରଣ ବିଷୟରେ ଅଭିଭାବକ ଓ ଶିକ୍ଷକ ବୃନ୍ଦାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପୂର୍ବତନ ଛାତ୍ରୀ ଶୁଭସ୍ମିତା ସାହୁ ତାଙ୍କର ସଫଳତା ପଛରେ ଶିକ୍ଷକମାନଙ୍କ ଆଶୀର୍ବାଦ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳୀ ବେହେରା ଅତିଥି ପରିଚୟ। ସହ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ଦ୍ୱିତୀୟ ବର୍ଷର ଛାତ୍ର ସୋମିତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ