ଉଖୁଣ୍ଡା ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଉଖୁଣ୍ଡା ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜା ପାଳନ ନିମନ୍ତେ କମିଟି ସ୍ଥିର କରିବା ମା ପୁଜା ପାଇଁ ମାଟି ଅନୁକୂଳ ହୋଇଛି। ଉଖୁଣ୍ଡାରେ ରହିଥିବା ବୃହତ ଶାନ୍ତି କମିଟି ର ସଭାପତି ନାରାୟଣ ସାହୁ ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ମାଟି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସାହୁ ଙ୍କ ପ୍ରତ୍ୟେକ ତ୍ବତ୍ତା ବଧାନରେ ଦେହୁରୀ ମା’ଙ୍କ ମୂର୍ତ୍ତି ଗଢିବା ପାଇଁ ବିଧି ଅନୁଯାୟୀ ଦେହୁରୀ ସୁରୀ ନାଏକ ବିଧି ଅନୁଯାୟୀ ମା ଙ୍କ ପୂଜା ନିମନ୍ତେ ମାଟି ପୂଜା ଅନୁଷ୍ଠିତ ହୋଇଥିଲା ମା ଙ୍କ ପାଇଁ ମାଟି ପୂଜା ଚାଲିଥିବା ବେଳେ ଘଣ୍ଟ, ସଂକୀର୍ତ୍ତନ ରେ ପ୍ରକମ୍ପିତ ହୋଇଥିଲା। ମାଟି ପୂଜା ସରିବା ପରେ ଉକ୍ତ ମାଟିକୁ ମା ମୂର୍ତ୍ତି ନିର୍ମାଣ କରିବା ପାଇଁ ଅଣାଗଲା । ଏହା ପରେ ମା’ଙ୍କ ମୂର୍ତ୍ତି ଗଢିବା ଆରମ୍ଭ ହେବ। ମା ମାଟି ପୂଜାକୁ ପରିଚାଳନା ରେ ସହଯୋଗ କରିଥିଲେ ଭାସ୍କର ପରିଡା,ଟୁନା ମାଝୀ, କେଦାର ଗିରି, ଅଶୋକ ମହାନ୍ତ, ବନବିହାରୀ ମହାନ୍ତ, ରଞ୍ଜନ କୁମାର ସାହୁ, ଲକ୍ଷ୍ମୀଧର ମହାନ୍ତ, ରମାକାନ୍ତ ବାରିକ, ପ୍ରମୁଖ ଉପସ୍ଥିତ ରହିଥିଲେ।


