ରାଜସ୍ୱ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଭିଯୋଗ ଶୁଣାଣି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲସ୍ତରରେ ବିଚାରାଧୀନ ରାଜସ୍ୱ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ଏବଂ ଜନସାଧାରଣଙ୍କୁ ନିଜ ଅଭିଯୋଗ ଉପସ୍ଥାପନ ପାଇଁ ସୁଯୋଗ ପ୍ରଦାନ ନିମନ୍ତେ ପ୍ରତି ମାସରେ ତହସିଲସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କରାଯାଉଛି। ଏହି ପରିପ୍ରେକ୍ଷୀରେ ସେପ୍ଟେ୍ଟମ୍ବରମାସ ପାଇଁ ଅଭିଯୋଗ ଶୁଣାଣିର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ ରଘୁରାମ ଆର. ଆୟର୍ ୧୦ ସେପ୍େଟମ୍ବରରେ କେନ୍ଦ୍ରାପଡ଼ା ତହସିଲରେ ଅଭିଯୋଗ ଶୁଣାଣି କରିବେ।ସେହିପରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ୧୯ ସେପ୍ଟେ୍ଟମ୍ବରରେ ପଟ୍ଟାମୁଣ୍ଡାଇ ତହସିଲରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ୯ ସେପ୍ଟେମ୍ବରରେ ରାଜକନିକା ତହସିଲରେ ଓ ୨୩ ସେପ୍ଟେ୍ଟମ୍ବରରେ ରାଜନଗର ତହସିଲରେ ଅଭିଯୋଗ ଶୁଣାଣି କରିବେ।ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ୯ ସେପ୍ଟେ୍ଟମ୍ବରରେ ମାର୍ଶାଘାଇ ତହସିଲରେ ଅଭିଯୋଗ ଶୁଣାଣି କରିବେ। ସମସ୍ତ ଅଭିଯୋଗ ଶୁଣାଣି ପୂର୍ବାହ୍ନ ସାଢେ ୧୦ଟାରେ ଅନୁଷ୍ଠିତ ହେବ। ଏହି ଅଭିଯୋଗ ଶୁଣାଣିରେ ରାଜସ୍ୱ ସମ୍ପର୍କିତ ଅଭିଯୋଗ ଥିବା ଜନସାଧାରଣ ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ