ମା କାଳୀ ମନ୍ଦିରରୁ ଚୋରୀ ଘଟଣା: ତଦନ୍ତ ପାଇଁ ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ

ଛତ୍ରପୁର, (ଓ୍ବାଇଏନଏସ) : ଗତ ୪ ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରି ଗ୍ରାମରେ ଥିବା ପ୍ରସିଦ୍ଧ କାଳୀ ମନ୍ଦିରରୁ ମାଙ୍କ ୪୦୦ ଗ୍ରାମର ସୁନା, ୭ କେଜି ରୂପା ଓ ୫ ଲକ୍ଷ ଟଙ୍କା ଚୋରୀ ହୋଇଛି l ଆଜକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ଚୋରୀ କୁ ଗିରଫ କରି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଏସପି ଙ୍କୁ ଭେଟି ନିବେଦନ କରିଛନ୍ତି ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ l ଏପରିକି, ମନ୍ଦିର ରେ ଲାଗିଥିବା ସିସି ଟିଭି କ୍ୟାମେରାର ହାର୍ଡ ଡିସ୍କ କୁ ମଧ୍ୟ ଦୁର୍ବୁତ୍ତ ମାନେ ଲୁଟି ନେଇଛନ୍ତି l ଉକ୍ତ ଘଟଣାକୁ ନେଇ ମନ୍ଦିର ପୂଜକ କାହ୍ନୁ ଶତପଥୀ ତାରାସିଂ ଥାନାରେ ଅଭିଯୋଗ କରିଥିଲେ l ଏଣୁ ଦୁବୃତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ସହିତ ଚୋରୀ ହୋଇଥିବା ସୁନା, ରୁପା ଓ ଟଙ୍କା ଉଦ୍ଧାର କରିବା ନିମନ୍ତେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଏସପି ଙ୍କ ନିକଟରେ ଦାବି କରିଛନ୍ତି l ଏହି ଦାବିପତ୍ର ପ୍ରଦାନ ବେଳେ ମନ୍ଦିର ପରିଚାଳନା କମିଟିର ଶଙ୍କର୍ଷଣ ମହାପାତ୍ର, ବସନ୍ତ କୁମାର ବେହେରା, ବିଷ୍ଣୁ ପ୍ରସାଦ ଗୌଡ଼, କାମେଶ୍ୱର ଗୌଡ଼, ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ