ରାସ୍ତା ନୁହେଁ ମୃତ୍ୟୁର ଯନ୍ତା କଷ୍ଟ ଭୋଗୁଛନ୍ତି ହଜାର ହଜାର ଯାତ୍ରୀ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଗମନାଗମନ କରିବା ପାଈଁ ରାଜ୍ୟ ଓ କେନ୍ଦ୍ର ସରକାର ଭଲ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ଦୀର୍ଘ ମାସ ହେବ ୩ଟି ଜିଲ୍ଲାକୁ ସଂଯୋଗ କରିବା ସହ ମଙ୍ଗଳା ପୀଠ ରୁ ସାରଳା ପୀଠ କୁ ସଂଯୋଗ କରୁଥିବା ରାସ୍ତା ଜନସାଧାରଣଙ୍କ ପାଈଁ ପାଲଟିଛି ମରଣଯନ୍ତା । ରାସ୍ତା ସାରା ବିରାଟ ବିରାଟ ଗର୍ତ୍ତ ହେବା ସହ ଖାଲରେ ଜମି ରହିଛି ପାଣି । ଚାଲିବା ଦୂରର କଥା, ଗାଡି ମୋଟର ଯିବା କଷ୍ଟକର ।
ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡାଳି ଅଧିନ ନୟାହାଟରୁ ଶିଖରଘାଟ ରାସ୍ତା ପାଲଟିଛି ମୃତ୍ୟୁର ପଥ । ପାଦେ ପାଦେ ବିପଦ। ରାସ୍ତାରେ ସୃଷ୍ଟି ହୋଇଛି ବଡ଼ ବଡ଼ ଗର୍ତ୍ତ । ଟିକିଏ ଅସାବଧାନତା ହେଲେ ଦୁର୍ଘଟଣା ସୁନିଶ୍ଚିତ । ଆଣ୍ଠିଏ ଉଚାର ହୋଇଛି ଗର୍ତ୍ତ । ଏ ରାସ୍ତା ହେଉଛି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଙ୍କ ନିଜସ୍ୱ ଘରକୁ ସଂଯୋଗ କରୁଥିବା ତଥା ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ନୟାହାଟ ରୁ ଶିଖରଘାଟ ସଂଯୋଗ କରୁଥିବା ଏହି ରାସ୍ତାର ଅବସ୍ଥା । ଏହି ରାସ୍ତାଟି ପୁରୀ,ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ଲାଇଫି ଲାଇନି ରୋଡ । ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମୁଥିବା ବେଳେ ରାସ୍ତାରେ ସୃଷ୍ଟି ହୋଇଛି ବଡ ବଡ ଗର୍ତ୍ତ । ସହର୍ଷାଧିକ ଗର୍ତ୍ତରେ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି ଲୋକେ। କାକଟପୁର ନିର୍ବାଚନ ମଣ୍ଡଳୀ ନୟାହାଟ ରୁ ଧୂମାଳ, ନରସିଂହପୁର, ବେତଣ୍ଡା ଦେଇ ଶିଖରଘାଟ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥା । ଲୋକେ ଜୀବନ କୁ ବାଜି ଲଗାଇ ଦୁଇ ଚକିଆ ଯାନରେ ଯାତାୟତ କଷ୍ଟ ସାଧ୍ୟ । ଅନେକ ସମୟରେ ଦୁର୍ଘଟଣା ଘଟୁଛି ।ତେବେ ଏ ଅଂଚଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନକୁ ବାରମ୍ବାର କହିବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେବାରୁ ଧୂମାଳ ପଞ୍ଚାୟତ ର ବୁଦ୍ଧିଯିବୀ ସମେତ ସ୍ଥାନୀୟ ନେତୃବୃନ୍ଦ ଶନିବାର ପୂର୍ବାଅହ୍ନ ସମୟରେ ଅସ୍ତରଙ୍ଗ ଭୁବନେଶ୍ୱର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନୟହାଟ ନିକଟରେ ଫ୍ଲାକକାଡ଼ ଧରି ରାସ୍ତାରୋକ କରିଥିଲେ । ସମାଜ ସେବୀ ମହମ୍ମଦ ଶାମସୁଲ ଆରେବିନ କହିବା ମୁତାବକ ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଗାଡି ଯାତାୟତ କରୁଥିବା ବେଳେ ମୁଖ୍ୟତଃ କାକଟପୁର ବାସିନୀ ମା ମଙ୍ଗଳାଙ୍କ ପୀଠ ରୁ ଜଗତସିଂହପୁର ମା ସାରଳା ପୀଠ କୁ ଏହି ରାସ୍ତା ସଂଯୋଗ କରୁଛି । ରାସ୍ତାର ଏଭଳି ଦୟନୀୟ ଅବସ୍ଥା ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।ସରକାର ତୁରନ୍ତ ଏହି ରାସ୍ତାର ପୃନର ଉଦ୍ଧାର ନକରନ୍ତି ତେବେ ଆଗାମୀ ଦିନରେ ତୀବ୍ର ବିରୋଧ ହେବା ସହ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।ଅନ୍ୟ ପଟେ ରାସ୍ତା ଦୟନୀୟ ଅବସ୍ଥା ପାଇଁ ଶତାଧିକ ଲୋକ ରାସ୍ତା ରୋକ କରିଥିବା ବେଳେ ପୂର୍ତ୍ତ ବିଭାଗ ବିଭାଗୀୟ ଅଧିକାରୀ ରାସ୍ତା ନିର୍ମାଣ ପ୍ରତିଶୃତି ଫୋନ ମାଧ୍ୟମରେ ଦେବା ପରେ ରାସ୍ତା ରୋକ ପ୍ରତ୍ୟାହାର ହୋଇଥିଲା । ରାସ୍ତା ସମସ୍ୟା କୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଅଭିମନ୍ୟୁ ସିଂ ସରକାରଙ୍କୁ ନିବେଦନ କରିଥିବା ବେଳେ ହରିହର ମିଶ୍ର,ଆଲୋକ ରାୟ, ସହଦେଵ ମାଣିକ,ପର୍ଶୁରାମ ରାୟ,ଅଶୋକ ସାହୁ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।ପୁରୀ ଜିଲ୍ଲା ରୁ ଜଗତସିଂହପୁର ଜିଲ୍ଲା ସଂଯୋଗ କରୁଥିବା ଏହି ଲାଇଫି ଲାଇନି ରାସ୍ତାକୁ ଯୁଦ୍ଧ କାଳୀନ ଭିତ୍ତରେ ମରାମତି କରିବା ଆବଶକ୍ୟ ରହିଛି ।


