ଟିଟାନିୟମ କମ୍ପାନୀର ଶ୍ରମିକଙ୍କ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ  ଟିଟାନିୟମ କମ୍ପାନୀ ର କର୍ମଚାରୀ ମାନେ  ନିଜ ହକ ନିମନ୍ତେ ଗୁରୁବାର  ପୁଣି ଆନ୍ଦୋଳନ କୁ ଓଲ୍ଲାଇଛନ୍ତୁ l ଟିଟାନିୟମ କାରଖାନା କୁ ବେଆଇନ ଭାବେ ଲେଅଫ କରିବା ବିରୁଦ୍ଧରେ ସମସ୍ତ ଶ୍ରମିକଙ୍କୁ ଗତ ନଭେମ୍ବର ୨୦୨୪ ଠାରୁ ଆଜି ପର୍ଯ୍ୟନ୍ତ ପୁରା ସମ୍ପୃର୍ଣ୍ଣ ଦରମା ପ୍ରଦାନ କରିବା ଏବଂ କାରଖାନା କୁ ତୁରନ୍ତ ଚାଲୁ କରିବା  ସମେତ ବିଭିନ୍ନ ଦାବୀ ନେଇ  ଟିଟା ନିୟମ ଏମ୍ପୋଇଜ  ୟୁନିୟନ ପକ୍ଷରୁ ସମସ୍ତ ଶ୍ରମିକ ମାନେ ଛତ୍ରପୁର ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି l  ଏହା ସହିତ ସେମାନେ କମ୍ପାନୀ ର ବେନିୟମ କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି  l  ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର,ଶେଷରେ କମ୍ପାନୀ  ଆମକୁ ଧୋକା ଦେବା ସହିତ ଆମ ଅତ୍ୟାଚାର କରୁଛି, ପ୍ରତିଶୃତି ଅନୁଯାୟୀ ଆମର ସମସ୍ତ ଲୋକଙ୍କୁ ଚାକରି ଦେଲା ନାହିଁ, ବିଭିନ୍ନ ବାହାନା କରି  ଦରମା ସମେତ ଆବଶ୍ୟକୀୟ  ଦାବି ଗୁଡିକ ପୂରଣ କଲା ନାହିଁ, ଶେଷରେ ଆମକୁ  ବିଭିନ୍ନ ପ୍ରକାର ଧମକ ଦେଉଛି, ଏହାକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ,ଆମ ହକ ନିମନ୍ତେ ଲଢେଇ ଜାରି ଜାରି ରହିବ   l ଶ୍ରମିକ ମାନଙ୍କ ସମସ୍ତ ଦାବି ଗୁଡିକ ଯଥା ପୂରଣ  କରିବା ନିମନ୍ତେ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେବା କୁ ୟୁନିୟନ ପକ୍ଷରୁ କୁହାଯାଇଛି  l ସୂଚନା ଯୋଗ୍ୟ ଯେ ଗତ  ୨୦୦୭ ମସିହାରେ ସାରଫ ଟିଟାନିୟମ୍ କମ୍ପାନୀ ଟିଟାନିୟମ୍ ପିଗ୍‌ମେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ସେମାନଙ୍କ ପାଖରୁ ଶାଗ ମାଛ ଦର ରେ ୨୫୦ ଏକର ଜମି କିଣି ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ କେବଳ ୨୦ ଏକର ମଧ୍ୟରେ ପ୍ଲାଣ୍ଟକୁ ସୀମିତ ରଖି ବଳକା ଜମି ଗୁଡ଼ିକୁ ପଡ଼ିଆ ପକାଇଛନ୍ତି ।   ଡିସେମ୍ବର ୨୦୧୭  ମସିହାରେ କମ୍ପାନୀରେ ଆରମ୍ଭ ହେଲା ସତ, କିନ୍ତୁ ଜମି ହରାଇଥିବା ସମସ୍ତ ବ୍ୟକ୍ତି ଚାକିର ପାଇନାହାଁନ୍ତି । ସେମାନଙ୍କ ଜମି ହରାଇଥିବା ମୋଟ ବିସ୍ତାପିତ ପରିବାର ସଂଖ୍ୟା ୪୮୦ କିନ୍ତୁ ବର୍ତ୍ତମାନ ୨୦୦ ଜଣ ଚାକିରୀ କରୁଛନ୍ତି । ଆଉ ବଳକା ୨୫୦ ରୁ ଅଧିକ ଲୋକଙ୍କୁ ଚାକିରୀ ଦିଆଯାଇନାହିଁ | ସେମାନେ ଜମି ହରାଇବେ ସତ୍ତ୍ବେ ଚାକିରୀ ନ ପାଇ ବେରୋଜଗାର ହୋଇ   ଦିନ କାଟୁଛନ୍ତି ।  ଏହି ଆନ୍ଦୋଳନ ରେ ଟିଟା ନିୟମ ଏମ୍ପୋଇଜ  ୟୁନିୟନ ର ସଭାପତି ଆର. ଦଣ୍ଡପାଣି ରେଡ୍ଡୀ, ସମ୍ପାଦକ ଶଙ୍କର ବେହେରା, ଉପସଭାପତି  ଡିଲ୍ଲୀ ପ୍ରଧାନ, କମିଟି ମେମ୍ବର ଏସ କାମରାଜୁ ରେଡ୍ଡୀ, ରବୀନ୍ଦ୍ର ସାହୁ, ଏସ. ବାଲାଜୀ ରେଡ୍ଡୀ, ହରେ କୃଷ୍ଣ ବେହେରା ଏବଂ ଆର ପୋଳେୟା ରେଡ୍ଡୀ ଙ୍କ ସମେତ ବହୁ ଶ୍ରମିକ ମାନେ ଧାରଣା ରେ ସମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ