“ମା ପାଇଁ ଗଛ ଟିଏ “କାର୍ଯ୍ୟକ୍ରମ

 ଛତ୍ରପୁର,(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ମଙ୍ଗଳ ବାର ଛତ୍ରପୁର ବ୍ଲକ ସିନ୍ଦୁରାପଲ୍ଲୀ ନଗରବନ ପରିସରରେ ଜିଲ୍ଲାସ୍ତରୀୟ ୭୬ତମ ବନମହୋତ୍ସବ -୨୦୨୫ ଉପ ଲକ୍ଷେ, “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଚାରା ବଣ୍ଟନ ରଥ ର ଶୁଭଆରମ୍ଭ ହୋଇଯାଇଛି। ଏହା ସହିତ ପ୍ରତ୍ୟେକ ପଂଚାୟତ ରେ ଚାରା ରୋପଣ ନିମନ୍ତେ ୫ଶହ ଲେଖାଏଁ ଚାରା ପ୍ରଦାନ କରାଯାଇଛି,  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ,ବ୍ରହ୍ମପୁର ଡିଏଫଓ ସନ୍ନି ଖୋଖର୍ ଙ୍କ ଉପସ୍ଥିତରେ ଏହା ଉଦଘାଟନ ହୋଇଯାଇଛି । ପରିବେଶ ସୁରକ୍ଷା କୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଓ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏହାକୁ କାର୍ଯ୍ୟକାରୀ କରାଯାଉଛି, ଆସନ୍ତା ୧୭ ତାରିଖ ଦିନ ଗଞ୍ଜାମ ଜିଲ୍ଲା ରେ ପ୍ରାୟ ୭ ଲକ୍ଷ ରୁ ଅଧିକା ଚାରା ରୋପଣ କରାଯିବ ବୋଲି ବ୍ରହ୍ମପୁର ଡ଼ିଏଫଓ ସୂଚନା ଦେଇଛନ୍ତି, ଛତ୍ରପୁର ବନ ବିଭାଗ ଅଧୀନରେ ପ୍ରାୟ ୧୫ ହଜାର ଚାରା ରୋପଣ କରାଯିବ, ଆଜିର ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଡ଼ିଓ ସମ୍ବିତ ସଂଗ୍ରାମ ଜିତ ସାହୁ, ଛତ୍ରପୁର ଫରେଷ୍ଟ ବାବୁ ସେଠି ଙ୍କ ସମେତ ବନ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ