ଦୁଇ ବାଇକ ଧକ୍କା, ୩ ଗୁରୁତର

ହାଟଡିହି (ଓ୍ବାଇଏନଏସ): ବଞ୍ଚୋ ଛକରୁ ବଞ୍ଚୋ ଗାଁ ଭିତରକୁ ଯାଇଥିବା ରାସ୍ତାରେ ଦୁଇ ବାଇକ ମୁଁହା ମୁଁହି ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାଇ ଗାଁର ତନ୍ମୟ ନାୟକ ଓ ଅଭିଷେକ ରାଉତ ନିଜର ଜଣେ ସମ୍ପର୍କୀୟ ମହିଳାଙ୍କୁ ଧରି ବଞ୍ଚୋ ଛକରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ବାଇକରେ ଆସୁଥିବା ସତ୍ୟନାରାୟଣ ରାଉତଙ୍କ ସହିତ ମୁଁହା ମୁଁହି ଧକ୍କା ହୋଇଥିଲା। ତିନି ଜଣ ଯାକ ରକ୍ତ ଜୁଡୁବୁଡୁ ହୋଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଦୁର୍ଘଟଣାର ଖବର ପାଇ ବ୍ଲକ ଉପାଧ୍ୟାକ୍ଷ ତଥା ରାଜ୍ୟ ବିଜେଡି ସମ୍ପାଦକ ରତିକାନ୍ତ ରାଉତ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଗୁରୁତର ଥିବା ତନ୍ମୟ, ଅଭିଷେକ ଓ ସତ୍ୟନାରାୟଣଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ