ରବିବାର ବ୍ୟାଙ୍କ ଖୋଲିଲା : କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,(ଓ୍ବାଇଏନଏସ):   ଧର୍ମଘଟ ଯୋଗୁଁ ଲଗାତାର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟି ଦିନ ହୋଇଥିଲେ ମଧ୍ୟ ବ୍ୟାଙ୍କ ଖୋଲା ରହିଛି l  ଅନ୍ୟପଟେ ବ୍ୟାଙ୍କ କର୍ମଚାରୀମାନେ କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଇ ଏକ ପ୍ରତିବାଦ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀ ରେ ଛତ୍ରପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଖୋଲାଯାଇଥିବା ରୁ ଗ୍ରାହକ ମାନେ ଆସି ନିଜ ନିଜ ବିଭିନ୍ନ କାର୍ଯ୍ୟ କରୁଛନ୍ତି l ଏହା ସହିତ ବ୍ୟାଙ୍କ ଆଜି ଖୋଲିଥିବାରୁ ସେମାନେ ଖୁସି ଜାହିର କରିଛନ୍ତି l ଅନ୍ୟ ପଟେ ଅସମ୍ଭିଧାନିକ ଭାବେ ଆଜି ବ୍ୟାଙ୍କ ଖୋଲା ଯାଇଛି l ତଥାପି ଗ୍ରାହକ ମାନଙ୍କ ହିତ ନିମନ୍ତେ ଆମେ ନିଜ ଦାୟିତ୍ୱ ତୁଲାଉଛୁ ବୋଲି ମଧ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ର ନେତା ଜିତେନ୍ଦ୍ର ପଲାଇ କହିଛନ୍ତି l ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ତେବେ ଧର୍ମଘଟ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଆଲୋଚନା ମାଧ୍ୟମରେ ଦାବିଗୁଡ଼ିକର ସମାଧାନ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକୁ ଅନୁରୋଧ କରାଯାଇଛି। ଏହା ସତ୍ତ୍ୱେ ୨୮ରୁ ୩୦ ତାରିଖ ଧର୍ମଘଟ କାର୍ଯ୍ୟକ୍ରମ ଘୋଷଣା ଅନୁସାରେ ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ