ଦିଗପହଣ୍ଡିରେ ଏକତା ଦିବସ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମତିଥି ଅବସରରେ ଶୁକ୍ରବାର ଦିଗପହଣ୍ଡିରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। କୋର୍ଟ କମ୍ପ୍ଲେକ୍ସରେ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଶପଥ ନିଆଯାଇଥିଲା। ବରିଷ୍ଠ ଦେଓ୍ବାନି ବିଚାରପତି ମହାଶ୍ୱେତା ପରିଜା, ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ, ସରକାରୀ ଓକିଲ ନକୁଳ ପ୍ରଧାନ, ଓକିଲ ସଂଘର ପ୍ରାକ୍ତନ ସଭାପତି ହର ପ୍ରସାଦ ରଥ, ବିଚାର ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ଶତପଥୀ, ଶିବରାମ ସାହୁ, ପ୍ରଦୀପ କୁମାର ପୁରୋହିତ, ଅଞ୍ଜଳି ମହାରଣା, ସସ୍ମିତା ମହାରଣା, ଅଶ୍ବିନୀ କୁମାର ପଟ୍ଟନାୟକ, ପପୁନ ମହାରଣା, ପିଲଚୁ ହେମ୍ବ୍ରମ, ରୁଦ୍ର ପ୍ରସାଦ ତାଣ୍ଡିଆ, ନିରଞ୍ଜନ ଶବର ପ୍ରମୁଖ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିଭଳି ଖେମୁଣ୍ଡି ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଅସିତ କୁମାର ଷଡଙ୍ଗୀଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀଙ୍କୁ ନେଇ ଏକତା ଦୌଡ ଆୟୋଜିତ ହୋଇଥିଲା।ପରେ ଦିଗପହଣ୍ଡି ଥାନା ପକ୍ଷରୁ  ନୂଆ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଡିଏସପି ପ୍ରଶାନ୍ତ କୁମାର ପାତ୍ର,କାଉନସିଲର ଦୀପକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ