ଅଜଣା ଜନ୍ତୁ ଆକ୍ରମଣରେ ୭ ମେଣ୍ଢା ମୃତ

ବୁଗୁଡ଼ା (ଅନୀଲ କୁମାର ମହାରଣା): ବୁଗୁଡ଼ା ବନାଞ୍ଚଳ ଅଧିନ ଭାମଶିଆଳି ଗ୍ରାମର୍ ଶୁଖୁଆଖାଇ ମନ୍ଦିର ନିକଟରେ ଅଜଣା ଜନ୍ତୁ ମେଣ୍ଢା ଗୋଠରୁ ୭ ମେଣ୍ଢା ଖାଇବା ସହ ଦୁଇ ମେଣ୍ଢାକୁ ନେଇଯାଇଥିବା ଜଣାପଡିଛି। ବୁଦ୍ଧଖୋଲ ପର୍ବତ ତଳେ ସବୁଦିନ ଭଳି ଗୋଟିଏ ମେଣ୍ଢା ଗୋଠ ରହିଥିବା ବେଳେ ଅଗଷ୍ଟ ୨୭ ତାରିଖ ସକାଳୁ ଗୋଠର ସାତୋଟି ମେଣ୍ଢା କ୍ଷତାକ୍ତ ଅବସ୍ଥାରେ ମରି ପଡିଥିବା ବେଳେ ଦୁଇଟି ମେଣ୍ଢା ନିଖୋଜ ରହିଥିବା ଗୋପାଳକ ଦେଖିଥିଲେ l ଏନେଇ ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମେଣ୍ଢା ଗୁଡିକୁ ଉଧାରକରି ବ୍ୟବଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଚଳାଇଛି। ତେବେ କେଉଁ ପଶୁ ମେଣ୍ଢା ଗୁଡିକୁ ଖାଇଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ବାଘ ଶିକାର କରିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଅନ୍ୟପଟେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରକାଶ ଥାଉକି ୨୦୨୪ ମସିହା ୧୬ ତାରିଖ ଦିନ ବୁଗୁଡା ବନାଞ୍ଚାଳ ଅନ୍ତର୍ଗତ ଟାଭାପଲ୍ଲୀ ଗ୍ରାମର ଅନ୍ତରା ନାଇକ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଅଗଷ୍ଟ ୧୮ ତାରିଖ ଦିନ ତାଙ୍କର ମୃତ ଶରୀର ମିଳିଥିଲା ବେଳେ ହିଂସ୍ର ଜନ୍ତୁ ମାରି ଖାଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଅର୍ଥ ମିଳି ନଥିବା ଜଣାପଡ଼ିଛି। ବନ ବିଭାଗର ଅବହେଳା ଯୋଗୁଁ ଏହିପରି ଅଭାନୀୟ ପରିସ୍ଥିତି ଦେଖାଦେଇଥିବା ବେଳେ ସେହି କେଶର ତୁରନ୍ତ କ୍ଷତି ପୁରଣ ଦେବା ସହ ବର୍ତ୍ତମାନର ଘଟଣାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୃଢ଼ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ