ଶାଳଣିଆ ମଣ୍ଡଳ ଭାଜପା ସଂପାଦକଙ୍କ ଅକାଳ ବିୟୋଗ

ହାଟଡିହି (ଓ୍ବାଇଏନଏସ): ଶାଳଣିଆ ମଣ୍ଡଳ ଭାଜପା ସଂପାଦକ ତଥା ବାହାରିପୁର ଗ୍ରାମ ର ଜଣେ ଉଦୀୟମାନ ଯୁବକ  ଅମୂଲ୍ୟ କୁମାର ରାଉତଙ୍କ (୩୬) ଅକାଳ ବିୟୋଗ ଘଟିଛି। ସେ ବିଜେପି ର ଜଣେ ଆଗଧାଡିର କର୍ମକର୍ତ୍ତା ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଦେହାନ୍ତରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ହାଟଡିହି ପ୍ରଭାରୀ ଟୁକୁନା ମହାନ୍ତ, ତୃପ୍ତିମୟୀ ଜେନା, ମିନତୀ ମହାପାତ୍ର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ନିଜର ଦକ୍ଷ ନେତୃତ୍ୱ ଏବଂ ନିଷ୍ଠାପର କାର୍ଯ୍ୟଶୈଳୀ ପାଇଁ ସେ ସଦା ଅମର ହୋଇ ରହିବେ ବୋଲି ଶ୍ରୀ ସେଠୀ ତାଙ୍କ ଶୋକାବାର୍ତ୍ତା ରେ କହିଛନ୍ତି। ତାଙ୍କ ପରଲୋକ ଖବର ପାଇ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ