ବିଦ୍ୟା ସାଗର ଜ୍ଞାନ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ
ସମ୍ବଲପୁର,(ଲିପନ ନାଏକ) : ଜମନକିରା ବିଦ୍ୟା ସାଗର ଜ୍ଞାନ ମନ୍ଦିର ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ବିଦ୍ୟାଳୟ ସମ୍ପାଦକ ଲୁଲେନ୍ଦୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ସମାରୋହରେ ଜମନକିରା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରବୀନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସୁଜାତା ଖୁଣ୍ଟିଆ ଜମନକିରା ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ଯୋଗ ଦେଇଥିଲେ, ସମ୍ମାନୀୟ ଅତିଥିଭାବେ ଶ୍ରୀଯୁକ୍ତ ପୁରୁଷୋତ୍ତମ ପାତ୍ର ବରିଷ୍ଠ ଶିକ୍ଷକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପୁଡ଼ାପରା ଏବଂ ବିଶିଷ୍ଠ ବକ୍ତା ଭାବେ ଶ୍ରୀଯୁକ୍ତ ଯତିନ୍ଦ୍ର କୁମାର ପ୍ରଧାନ ଇଂରାଜୀ ଅଧ୍ୟାପକ ଦ୍ବାରିକା ପ୍ରସାଦ ଅଗ୍ରଓ୍ବାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁରା ଯୋଗ ଦେଇଥିଲେ। ବର୍ତମାନ ସମୟରେ ଶିଶୁମାନଙ୍କୁ ମୋବାଇଲ ଦୁନିଆରୁ ଦୁରେଇ ରଖିବା ଓ ସମାଜରେ ଏକ ଭଲ ମଣିଷ ହେବା ପାଇଁ ବିଦ୍ୟାଳୟ ର ଗୁରୁତ୍ୱପୂର୍ଣ ଭୂମିକା ସହିତ ପିତା ମାତାଙ୍କ ଭୂମିକା ମଧ୍ୟ ରହିଛି ବୋଲି ଅତିଥି ଗଣ ନିଜ ଅଭିଭାଷଣ ରେ କହିଥିଲେ। ଅନ୍ୟର ଭଲ ଚିନ୍ତା କଲେ ନିଜର କିଭଳି ଭଲ ହୁଏ ସେ ସମ୍ପର୍କ ରେ ବିଡ଼ିଓ ନଜ ଅଭିଭାଷଣ ରେ ଅଭିଭାବକ ମାନଙ୍କୁ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ସେହିପରି ବିଦ୍ୟା ସାଗର ଜ୍ଞାନ ମନ୍ଦିରର ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ସୋନାକ୍ଷୀ ସାହୁଙ୍କୁ ମାନେଶ୍ଵର ବ୍ଲକ ରେ ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା, ସିଦ୍ରା ଫାତିମାଙ୍କୁ ଜମନକିରା ଓଡିଶା ଆଦର୍ଶ ବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ଅର୍ଜନ କରିଥିବା ଓ ପ୍ରୀୟାନସି ଚୌଧୁରୀଙ୍କୁ ସମ୍ବଲପୁର ଏକଲବ୍ୟ ଏଣ୍ଟ୍ରାନ୍ସ ପରୀକ୍ଷାରେ ପ୍ରଥମ ସ୍ଥାନ, ରେଙ୍ଗାଲି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଓ ସମ୍ବଲପୁର ଜବାହର ନବୋଦୟ ବିଦ୍ୟାଳୟ ଏଣ୍ଟ୍ରାନ୍ସ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅର୍ଜନ କରିଥିବା ଯୋଗୁଁ ଏହି ବିଦ୍ୟାର୍ଥଙ୍କୁ ବିଦ୍ୟାଳୟ ପକ୍ଷରୁ ଅତିଥି ଗଣଙ୍କ ଦ୍ୱାରା ପ୍ରଫୁଲ୍ଲ ପ୍ରଜ୍ଞା ପୁରସ୍କାରରେ ମାନ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସେହିପରି ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ଖେଳ ପ୍ରତିଯୋଗିତା ରେ ଉତ୍ତିନ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର, ଟ୍ରଫି, ମେଡାଲ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ପରି ଶେଷରେ ବିଦ୍ୟା ସାଗର ଜ୍ଞାନ ମନ୍ଦିର ମୁରା ଓ ଜମନକିରାର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ନାଚ ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷୟତ୍ରୀ ମଧୁସ୍ମିତା ପ୍ରଧାନ ଅତିଥି ପରିଚୟ କରିଥିଲେ। ବିଦ୍ୟାଳୟ ଛାତ୍ରୀ ସିଦ୍ରା ଫାତିମା ବିଦ୍ୟାଳୟ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟ ଶିକ୍ଷୟତ୍ରୀ ଅନୁପମା ନାଏକ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଵାଗତିକା ପଟେଲ, ଗୋକୁଲ ପଧାନ, ଖୁସି ମିତ୍ତଲ, ଜଳିତା ପଧାନ ସହିତ ଅନ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


