ନୂତନ ଏସଡ଼ିସି ଅଧକ୍ଷ ଓ ଉପାଦକ୍ଷାଙ୍କୁ ସ୍ୱାଗତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ମଣ୍ଡଳ ବିଜେପି ତରଫରୁ ନୂତନ ଭାବେ ଜିଲ୍ଲା ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଅଧକ୍ଷ ଓ ଉପାଦକ୍ଷାଙ୍କୁ ସ୍ୱାଗତ ଓ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ବିଜେପି ମଣ୍ଡଳ ସଭାପତି ସୁବାଷ ଗୌଡ଼ଙ୍କୁ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂତନ ଭାବେ ଚୟନ ହୋଇଥିବା ରାୟଗଡା ଜିଲ୍ଲାର ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଅଧକ୍ଷ ବିଦ୍ୟାଧର ଶବର ଓ ଉପାଦକ୍ଷା ମଞ୍ଜୁଳା ମିଣିଆକା ମୁନିଗୁଡା ଗସ୍ତ କରିଥିଲେ। ଏହି ଅବସରରେ ତାଙ୍କୁ ଦଳ ତରଫରୁ ବିପୁଳ ସ୍ୱାଗତ କରାଯାଇଥିଲା। ପରେ ମୁନିଖୋଲସ୍ଥିତ କନିକା ପରମେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସରରୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା,ଜିଲ୍ଲା ଉପସଭାପତି ସୁଶୀଳା ସରାଫ,ମୁନିଗୁଡ଼ା ମଣ୍ଡଳ ପ୍ରଭାରୀ ଧର୍ମିଷ୍ଟା ସାମନ୍ତ,ଜିଲ୍ଲା ସଧାରଣ ସମ୍ପାଦକ ଭିକାରି ନାହାକ ପ୍ରମୁଖଙ୍କୁ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ମାନଙ୍କୁ ନେଇ ଏକ ବିଶାଳ ବାଇକ ରାଲିରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ସୌଣ୍ଡିକ ମଙ୍ଗଳ ଭବନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପହଞ୍ଚି ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀଙ୍କ ନୀତି ଆଦର୍ଶକୁ ଅନୁସରଣ କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ କିପରି ଲୋକଙ୍କ ପାଖରେ ପହଞ୍ଚିବ ଓ ବିଶେଷ କରି ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦର ଯୋଜନା ଗୁଡିକ କିପରି ଗ୍ରାମୀଣ ବିକାଶ ଦିଗରେ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା। ଏଥିସହ ଦଳ କିପରି ତୃଣମୂଳ ସ୍ଥରରୁ ସଂଗଠନ ଆହୁରି ଅଧିକ ସଦୃଡ଼ ହେବ ଏବଂ ସମସ୍ତେ ଦଳୀୟ ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ କାର୍ଯ୍ୟ କରିବା ସହ ପ୍ରତ୍ୟେକ ଗାଁର ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଓ ସମାଧନ କରିବା ସେ ବିଷୟରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁନିଗୁଡା ବିଜେପି ଦଳର ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ପଦ୍ମ ବେହେରା, ଭୀମ ବେହେରା,ରାମେଶ ଗୌଡ଼,ରାକେଶ ଶିକା, ଟୁନା କରକରିଆ,ଗରିବ ଗରଡ଼ିଆ,
ପୂର୍ବତନ ମଣ୍ଡଳ ସଭାପତି ଜଗା ଶବର, ଅଜିତ୍ ପାଣିଗ୍ରାହୀ, ରାଜେଶ୍ ପାଣିଗ୍ରାହୀ, ଅନନ୍ତ ମାଲ୍ ଦୋରା, ଅନିଲ ଯାଡ଼ି,ରମେଶ ସାମନ୍ତ,ସୁବାଷ ପ୍ରାସ୍କା,ନରେନ୍ଦ୍ର ନାଗ, ଆଲିମାନ ବାଗ,ରୁଦ୍ରପ୍ରସାଦ ମାଗିଲି ପ୍ରମୁଖଙ୍କ ସମେତ ଅନେକ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।


