ପାଣି ସମସ୍ୟାକୁ ନେଇ ଗରା-ହାଣ୍ଡି ଧରି ରାସ୍ତା ଅବରୋଧ କଲେ ମହିଳା
କୋରାପୁଟ (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ନାରାୟଣପାଟଣା ସଦର ଅଞ୍ଚଳର ଖଣ୍ଡିଆ ସାହିରେ ପାଣି ସମସ୍ୟାକୁ ନେଇ ତାତିଲେ ମହିଳା।ଅଞ୍ଚଳରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନକୁ ବାରମ୍ବାର ଗୁହାରି କରି ମଧ୍ୟ ସମାଧାନ ନ ହେବାରୁ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ମହିଳାମାନେ। ହାତରେ ଗରା, ହାଣ୍ଡି ଓ ବାଲ୍ଟି ଧରି ରାଜରାସ୍ତା ଉପରେ ବସି ପଡ଼ିଥିଲେ ଶତାଧିକ ମହିଳା।ପାନୀୟ ଜଳ ସମସ୍ୟା ସମାଧାନ ଦାବିରେ ଏହି ରାସ୍ତା ଅବରୋଧ କରାଯାଇଥିଲା।ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଖବର ପାଇ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।ହେଲେ ମହିଳାଙ୍କ ଅଭିଯୋଗ କୁ ବିଭାଗୀୟ ଅଧିକାରୀ ଖଣ୍ଡନ ଲାରିଥିଲେ।ପାଣି ସମସ୍ୟାକୁ ନେଇ ଆମ ପାଖେ କୌଣସି ଅଭିଯୋଗ ଆସି ନାହିଁ ତଥାପି ଯାହା ସମସ୍ୟା ଅଛି ତାହା ଅତି ଶୀଘ୍ର ସମାଧାନ କରାଯିବ ବୋଲି ଆଶ୍ୱାସନ ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।


