ନନ୍ଦିଗ୍ରାମରେ ମା’ ଦୁର୍ଗାଙ୍କ ଆରାଧନା
ନାଉଗାଁ, (ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ନନ୍ଦିଗ୍ରାମରେ ମା’ ଦୁର୍ଗାଙ୍କ ସାର୍ବଜନୀନ ପୂଜା ମହାସମାରୋହରେ ପାଳିତ ହୋଇଛି। ପୀଠାଧୀଶ ପ୍ରଭୁ ନନ୍ଦମଣିଙ୍କ ଦୋଳବେଦୀସ୍ଥିତ ପୂଜାମଣ୍ଡପରେ ବୈଦିକ ରୀତିନୀତି ଅନୁଯାୟୀ ବିଲ୍ୱବରଣଠାରୁ ଆରମ୍ଭ କରି ଷଷ୍ଠୀ, ସପ୍ତମୀ, ମହାଷ୍ଟମୀ, ମହାନବମୀ ଓ ବିଜୟାଦଶମୀ ପୂଜା ସମ୍ପନ୍ନ ହୋଇଛି। ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୫୦ ବର୍ଷ ଧରି ଏହି ପୂଜା ପାଳିତ ହୋଇଆସୁଛି। ଏହା ଗ୍ରାମର ଧାର୍ମିକ ଆସ୍ଥା, ଓଡ଼ିଆ ସଂସ୍କୃତି ଓ ଭାଇଚାରାର ପ୍ରତୀକ ପାଲଟିଛି। ଦଶହରା ଅବସରରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ପାର୍ଶ୍ୱବର୍ତ୍ତୀ ଗ୍ରାମରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ପୂଜା ଉତ୍ସବ ଅଞ୍ଚଳରେ ସାମାଜିକ ଏକତା ଓ ପରମ୍ପରାର ନିଦର୍ଶନ ପାଲଟିଛି।


