+୨ ଛାତ୍ରୀଙ୍କୁ ଅସଦାଚରଣ କରି ଯୁବକ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ହେଉଛନ୍ତି ଠାକୁରପାଟଣାର ଧନଞ୍ଜୟ ବିଶ୍ୱାଳ। ଧନଞ୍ଜୟ ସଂପୃକ୍ତ ଛାତ୍ରୀଙ୍କୁ ରାସ୍ତାଘାଟରେ ହଇରାଣ ହରକତ କରୁଥିଲେ। ଏହାସହ ତାଙ୍କୁ ଅସଦାଚରଣ କରୁଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ସେହି ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନା କେଶ ନମ୍ବର -୩୧୯/୨୦୨୬ରେ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସଦରଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ