ସୁନପୁର ବେଳାଭୂମି ରେ ଯୁବକ ନିଖୋଜ
ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ): ସୁନପୁର ବେଳାଭୂମି ରେ ଚିକିଟି ବ୍ଲକ କୋଟିଲିଙ୍ଗି ଗ୍ରାମ ର ଏ ଯୁଧିଷ୍ଠିର ନାମକ ଯୁବକ ନିଖୋଜ ଥିବା ମାରାଇନ ପୋଲିସ ସୂଚନା ଦେଇଛି.ଡେରି ରାତି ପର୍ଯ୍ୟନ୍ତ ଓଡ୍ରାଫ ଟିମ,ଲାଇଫ ଗାର୍ଡ ଖୋଜା ଖୋଜି ପରେ ମଧ୍ୟ ମୃତକ ଙ୍କ ସନ୍ଧାନ ମିଳିନଥିବା ଥାନା ଅଧିକାରୀ ନାରାୟଣ ପ୍ରଧାନ କହିଛନ୍ତି.ସୂଚନା ରୁ ପ୍ରକାଶ ଜେ କୋଟିଲିଙ୍ଗି ଗ୍ରାମ ବକ୍ସି ପେଟା ସାହି ର 14 ଜଣ ସାଙ୍ଗ ସୁନପୁର ବେଳାଭୂମି କୁ ବଣଭୋଜି ପାଇଁ ଯାଇଥିଲେ.ଖାଇବା ପରେ ସମୁଦ୍ର ରେ ଗାଧେଇବା ବେଳେ ହଟାତ ଲହଡି ମାଡି ଆସିବା ଫଳରେ ଯୁଧିଷ୍ଠିର ଭାଷି ଯାଇଥିଲେ ମଧ୍ୟ ବାକି ସବୁ ସୁରକ୍ଷିତ ଥିଲେ.ଘଟଣା ପରେ ଲାଇଫ ଗାର୍ଡ,ଓଡ୍ରାଫ ଟିମ,ସାଙ୍ଗ ସାଥି ବହୁ ଖୋଜା ଖୋଜି ପରେ ଡେରି ରାତି ସୁଦ୍ଧା ସନ୍ଧାନ ମିଳିପାରିନାହିଁ.


