ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା

ବନ୍ତ, (ଚାନ୍ଦିନୀ ମହାନ୍ତି): ସୋମବାର ବନ୍ତ ବ୍ଲକ ପଧାନପଡାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୮ ବିଦ୍ୟାଳୟର ୩ ଶହ ପ୍ରତିଯୋଗୀ କବାଡି, ଖୋ ଖୋ, ଭଲି ବଲ, ବ୍ୟାଡ଼ ମିଣ୍ଟନ, ଚେସ, ଯୋଗ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ l କୃତୀ ପ୍ରତିଯୋଗୀ ମାନେ ବ୍ଲକ ସ୍ତରକୁ ମନୋନୀତ ହୋଇଥିଲେ l ପଧାନପଡା କ୍ରୀଡା ଜୋନ ସମ୍ପାଦକ ଜଗନ୍ନାଥ ଦ୍ବିବେଦୀ, କ୍ରୀଡା ଶିକ୍ଷକ ଗଙ୍ଗାଧର ରାଉତ, ସେକ ଆଝାରୁଦ୍ଦିନ, ତାପସ ନାୟକ, ଗୀତାଞ୍ଜଳି ଚାନ୍ଦ, ମମିତା ବାଳା ନାୟକ, ବିଜୟ କୁମାର ରାଉତ, ସ୍ନେହଲତା ଖମାରୀ, ଅମିତ ଲେଙ୍କା, ଶାଶ୍ୱତ ବିଶ୍ୱାଳ, ରାମ ଚନ୍ଦ୍ର ମିଶ୍ର ପ୍ରମୁଖ କ୍ରୀଡା ସଂଚାଳନ କରିଥିଲେ l ପ୍ରାରମ୍ଭରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତିଙ୍କ ସଭାପତିତ୍ବରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ହରେକୃଷ୍ଣ ଆପଟ, ମୁଖ୍ୟ ବକ୍ତା ଭାବେ ବ୍ଲକ ଓଷ୍ଟା ସମ୍ପାଦକ ସନ୍ତୋଷ କୁମାର ଜେନା, ବିଶିଷ୍ଟ ଅତିଥି ସରପଞ୍ଚ ଗଜେନ୍ଦ୍ର କୁମାର ସେଠୀ, ସମ୍ମାନୀତ ଅତିଥି ଭାବେ ଉଚ୍ଚ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ସାହୁ, ବନ ବିହାରୀ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ଦାସ, ଛୟାଳସିଂ ସିଆରସିସି ଗିରିଜା ଶଙ୍କର ଲେଙ୍କା ଯୋଗ ଦେଇ କ୍ରୀଡା ବକ୍ତବ୍ୟ ପ୍ରଦାନ କରିଥିଲେ l ଶିକ୍ଷକ ହେମନ୍ତ କୁମାର ପରିଡା ଅତିଥି ପରିଚୟ ଓ ରମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ