ଆସିକାର ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା

ଆସିକା, (ଯୁଗାବ୍ଦ ନ୍ୟୁଜ):ଶାରଦୀୟ ଦୁର୍ଗାପୂଜା ଅବସରରେ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ନବରାତ୍ର ପୁଜା ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହେବା ପରେ ଗୁରବାର କୁମାରପୂର୍ଣ୍ଣିମା ତିଥିରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଜଗତ୍‌ଜନନୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା ଅବସରରେ ମା’ଙ୍କୁ ଦର୍ଶନ ଲାଗି ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ ସନ୍ଧ୍ୟା ଆଳତୀ ସମୟରେ ଭକ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା । ମା’ ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଆସିକା ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କୁ ବିଭିନ୍ନ କିସମର ଆକର୍ଷଣୀୟ ଫୁଲରେ ମଣ୍ଡିତ କରାଯାଇଥିଲା । ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ମନ୍ଦିର ପରିଚାଳନା କମିଟି ସଭାପତି ତଥା ସମାଜସେବୀ ସତ୍ୟ ନାରୟଣ ସ୍ୱାଇଁ ଓ ତାଙ୍କ ପତ୍ନୀ ନଗରପାଳିକା ବିନେତା ସ୍ୱାଇଁ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଅଭିଜ୍ଞ ପୁରୋହିତ ଭାବେ ମୃତ୍ୟୁଞ୍ଜୟ ଆଚାର୍ଯ୍ୟ ଓ ସହଯୋଗୀ ପୁରୋହିତ ଭାବେ ହରପ୍ରସାଦ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା । ଆଶ୍ୱିନ ମାସ ପବିତ୍ର ଗର୍ଭଣା ସଂକ୍ରାନ୍ତି ଓ ମା ଖମ୍ବେଶ୍ୱରୀଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା ଅବସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଆଶାତୀତ ଭିଡ ଜମିଥିବା ବେଳେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ମନ୍ଦିର ପରିଚାଳନା କମିଟିର ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ମନ୍ଦିର ପୂଜକ ସନ୍ୟାସୀ ମୁନି, ଗଣପତି ମୁନି, ନରସିଂହ ମୁନି, ସତ୍ୟନାର‌୍ୟାୟଣ ମୁନି, ସିମାଂଚଳ ମୁନି, ମାଧବ ମୁନି, ଭିକାରୀ ମୁନି, ସଂଜୟ ମୁନି, ପ୍ରମୋଦ ମୁନି, ଶ୍ରୀକାନ୍ତ ମୁନି, ନୀଳମାଧବ ମୁନି, ସନ୍ତୋଷ ମୁନି, ଅରବିନ୍ଦ ମୁନି, ସିଲୁ ମୁନି, ଅଜିତ ମୁନି, ପ୍ରସନ୍ନ ମୁନି, ବାବୁଲା ମୁନି, ଭିକା ମୁନିଙ୍କ ସମେତ ସମସ୍ତ ସେବାୟତ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ