କୁଚିଣ୍ଡାରେ ହୋଲିରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ
କୁଚିଣ୍ଡା,(ରିଙ୍କୁ କୁସୁମ):ହିନ୍ଦୁ ସଂସ୍କୃତି ଓ ପରମ୍ପରା ମଧ୍ୟରେ ହୋଲି ପର୍ବ ଅନ୍ୟତମ ଓ ଏହାକୁ ଭାଇଚାରା ର ପର୍ବ ମଧ୍ୟ କୁହାଯାଏ ଏହି ପରିପ୍ରେକ୍ଷିରେ ସାରା ଦେଶରେ ହୋଲି ଉତ୍ସବ ପାଳିତ ହେଉଥିବାବେଳେ ଓଡ଼ିଶାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ମଧ୍ୟ ରଙ୍ଗର ପର୍ବ କୁ ବହୁ ଧୁମ୍ ଧାମରେ ପାଳନ କରାଯାଉଛି। ମନ୍ୟବର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଓଡ଼ିଶା ସରକାର ତଥା ସ୍ଥାନୀୟ ବିଧାୟକ ରବିନାରାୟଣ ନାଏକ ମଧ୍ୟ କୁଚିଣ୍ଡାରେ ସମସ୍ତଙ୍କ ସହିତ ରଙ୍ଗର ପର୍ବରେ ସାମିଲ ହୋଇ ହୋଲି ପାଳନ କରିଥିଲେ ଏବଂ ତା ସହିତ ସମସ୍ତ ଓଡ଼ିଶା ବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ଅଞ୍ଚଳର ବିଭିନ୍ନ ଗାଁ ମାନଙ୍କରେ ଯଥା ପତ୍ରାପାଲି,ଖଣ୍ଡୋକଟା,ସଇଡା,କୁଚିଣ୍ଡା,ଲାଡ,ପାରୁଆଭାଡି,ବକ୍ସମା ଇତ୍ୟାଦି ଗାଁ ରେ ମହାମନ୍ତ୍ର ନାମଯଜ୍ଞ କିର୍ତ୍ତନ୍ୟ ସହିତ ନଗର ଭ୍ରମଣ ଦେଖିବାକୁ ମିଳିଥିଲା।