କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରଶାସନର ନିର୍ଦେଶକୁ ଫୁ କରିଦେଇଛନ୍ତି ବିଭିନ୍ନ ପୂଜା କମିଟି। ୨୨ତାରିଖ ମଙ୍ଗଳବାର ରାତି ସୁଦ୍ଧା ରାସ୍ତା ଉପରେ ଥିବା ତୋରଣ ଓ ସାଜସଜ୍ଜାକୁ ହଟାଇ ଦିଆଯିବା ଏବଂ ୨୩ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ପର୍ବ ଶେଷ କରାଯିବାକୁ ଜିଲ୍ଲା ପ୍ରଶାସନର ନିର୍ଦେଶ ଥିବା ବେଳେ ତାକୁ ଫୁ କରିଦେଇଛନ୍ତି ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ। ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ଗୁଡିକର ଆଲୋଚନା ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପୁରୁଣା ବସଷ୍ଟାଣ୍ଡର ଥାନପତିଙ୍କ ପକ୍ଷରୁ ମେଲଣକୁ ପ୍ରତିବର୍ଷ ଯାଉଥିବା ମେଢ ଗୁଡିକ ନିକଟରେ ମଙ୍ଗଳବାର ରାତିରେ ଭୋଗ ପହଞ୍ଚାଇ ଦିଆଯିବା ସହିତ ସେମାନଙ୍କୁ ବୁଧବାର ସକାଳେ ସିଧା ବିସର୍ଜନ ଘାଟକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ପୂଜା କମିଟି ଗୁଡିକ ପ୍ରଶାସନର ନିର୍ଦେର୍ଶକୁ ଫୁ କରିଦେଇଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ବାତ୍ୟା ଯୋଗୁଁ ଗଜଲକ୍ଷ୍ମୀ ମେଲଣକୁ ବନ୍ଦ କରିଦିଆଯାଇଛି। ନୂଆ ବସଷ୍ଟାଣ୍ଡସ୍ଥିତ ଥାନପତି ମେଢ ପ୍ରାୟ ପୂର୍ବାହ୍ନ ୧୧ଟା ବେଳେ ନିଜ ଆସ୍ଥାନ ଛାଡି ତଳକୁ ଆସି ବସିଥିଲେ। ସେ ନୂଆ ବସଷ୍ଟାଣ୍ଡସ୍ଥିତ ବିସର୍ଜନ ଘାଟରେ ପ୍ରଥମେ ଯାଇ ବସିବା କଥା କିନ୍ତୁ ସେ ସେହିସ୍ଥାନକୁ ଗଲେ ନାହିଁ। କାକଟମଙ୍ଗଳା ମେଢ ଅପରାହ୍ନ ୨ଟାରେ ଆସ୍ଥାନ ଛାଡି ଭୋଗ ଖାଇବାକୁ ବାହାରିଲେ। ବଣିଆମାଳ ମେଢ ଅପରାହ୍ନ ୪ଟାରେ ଆସ୍ଥାନ ଛାଡି ଭୋଗ ଖାଇବାକୁ ବାହାରିଲେ। ପୁରୁଣା ବସଷ୍ଟାଣ୍ଡ ଥାନପତି ଅପରାହ୍ନ ସାଢେ ୨ଦୁଇଟାରେ ଆସ୍ଥାନ ଛାଡିଥିଲେ। ଅନ୍ନପୂର୍ଣ୍ଣା ମେଢ ସନ୍ଧ୍ୟା ୬ଟାରେ ବିସର୍ଜନ ଘାଟକୁ ଯାଉଥିବା ବେଳେ ଅନ୍ୟ ସମସ୍ତ ମେଢ ଗୁଡିକ ଗୋଟିଏ ପରେ ଗୋଟିଏ ଭୋଗଖାଇ ବିସର୍ଜନ ଘାଟକୁ ଯାଉଥିବାର ଦେଖାଯାଇଛି। ସେହିପରି ପୁରୁଣା ବସ୍ଷ୍ଟାଣ୍ଡରୁ କେଶପୁର ଆଡକୁ ଯିବାକୁ ଥିବା ମେଢଗୁଡିକ ମଧ୍ୟରେ ବ୍ୟାସ ସରୋବର ସାନ୍ତସାହି, କନ୍ଦରାସୁର ପୂଜା କମିଟି ମନକରପୁର, ଶନିଲକ୍ଷ୍ମୀ ପୂଜା କମିଟି ଟାଉନ ବଳରାମପୁର, ଗଜଲକ୍ଷ୍ମୀ ପୂଜା କମିଟି ଗୋପ, ଗଜଲକ୍ଷ୍ମୀ ପୂଜା କମିଟି ନସଡିପୁର, ରାଧାକୃଷ୍ଣ ପୂଜା କମିଟି ସାନମଙ୍ଗଳା, ଲକ୍ଷ୍ମୀନାରାୟଣ ପୂଜା କମିଟି ଭଗେଶ୍ୱରପୁର, ନନ୍ଦିଘୋଷ ପୂଜା କମିଟି ଟାଉନ ବଳରାମପୁର, ରାମସୀତା ପୂଜା କମିଟି ସାନ୍ତସାହି, କେଶପୁର ଗଜଲକ୍ଷ୍ମୀ ପୂଜା କମିଟି, କାଞ୍ôଚ ଅଭିଯାନ ପୂଜା କମିଟି ସୁନ୍ଦରାପାଳ ଓ ଶ୍ରେୟା ଚଣ୍ଡାଳୁଣୀ ପୂଜା କମିଟି ଏକଣାଖଣ୍ଡି ପ୍ରମୁଖ ନିଜ ନିଜ ଆସ୍ଥାନରୁ ବାହାରି ଭୋଗଖାଇ ବିସର୍ଜନ ଘାଟ ଅଭିମୁଖେ ଯାଉଥିବା ଦେଖାଯାଇଛି। ଚଳିତ ବର୍ଷ ପରମ୍ପରାକୁ ଭଙ୍ଗ କରାଯାଇ ବିନା ଡିଜେରେ ଭଷାଣୀ ଉତ୍ସବ ସମାପନ ହୋଇଛି। ଏହାକୁ କେନ୍ଦ୍ରାପଡାର ଜନସାଧାରଣ ସମର୍ଥନ ଜଣାଇଛନ୍ତି। କାରଣ ଡିଜେ ବାଜିବା ଦ୍ୱାରା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାରେ ବହୁ ଲୋକଙ୍କର ମୂଲ୍ୟବାନ ଜୀବନ ହାନୀ ଘଟିଛି। କେତେକ ସ୍ଥାନରେ ସାମାନ୍ୟ ବଚସାକୁ ଛାଡିଦେଲେ କେନ୍ଦ୍ରାପଡାରେ ଶାନ୍ତିଶୃଙ୍ଖଳାର ସହ ଭଷାଣୀ ଉତ୍ସବ ଶେଷ ହେବାକୁ ଯାଉଛି। ବାତ୍ୟା ଦାନା ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ନି।।ଯାଇଥିବା ନିଷ୍ପତ୍ତି ଓ ନିର୍ଦେଶକୁ ପୂଜା କମିଟି ଗୁଡିକ ମାନି ନଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍କଳା ରକ୍ଷା ନିମନ୍ତେ ପୋଲିସ ମୃତୟନ ହୋଇଥିବା ବେଳେ କୈାଣସି ଜଣେବି ମ୍ୟାଜିଷ୍ଟେଟଙ୍କୁ ଦେଖିବାକୁ ମିଳିନଥିଲା।