କୋରାପୁଟ ଟାଉନ ଥାନାର ନୂତନ କୋଠା ଉଦଘାଟିତ।
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ଟାଉନ ଥାନାର ନୂତନ କୋଠା ଉଦଘାଟିତ ହୋଇଯାଇଛି। ଆଜିର ଉଦ୍ଘାଟନ କାର୍ଯ୍ୟକର୍ମ କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟିଥିଲେ।ଏହି ଅବସରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଖିଲେଶ୍ୱର ସିଂ,କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, ଅତିରିକ୍ତ ଏସପି ମନୋଜ କୁମାର ପୂଜାରୀ ଓ ମନୋବ୍ରତା ଶତପଥି, କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରାବଣୀ ନାୟକ,ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ,ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।ମୋଟ ୨ କୋଟି ୭୨ ଲକ୍ଷ ୮୦ ହଜାର ୪୬୯ ଟଙ୍କା ଖର୍ଚ୍ଚ ଅଟକଳ ରେ ୩ ମହଲା ବିଶିଷ୍ଟ କୋଠା ତିଆରି କରାଯାଇଛି l ଏଥିରେ ୩୨ ଟି ଗୃହ ରହିଛି l ତଳ ମହଲାରେ ଥାନା ଅଧିକାରୀ, ଦ୍ୱିତୀୟ ମହଲାରେ ଅପେକ୍ଷା ଗୃହ, ବୈଠକ ହଲ,ବ୍ୟାରେକ,ତୃତୀୟ ମହଲାରେ ଷ୍ଟୋର ରହିଛି।ଏହି ଥାନାରେ ଉନ୍ନତ ମାନର ସଭାଗୃହ ହଲ ଠାରୁ ଆରମ୍ଭ କରି ପୁରୁଷ ଓ ମହିଳା ଙ୍କ ନିମନ୍ତେ ଅପେକ୍ଷା ଗୃହ, ରୋଷେଇ ଗୃହ, ଶୌଚାଳୟ ଭଳି ଅନେକ ପ୍ରକାରର ସୁବିଧା ରହିଛି।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିରିକ୍ତ ଏସପି ମନୋବ୍ରତା ଶତପଥି,ଏସଡିପିଓ ଶ୍ରାବଣୀ ନାୟକ ଓ କୋରାପୁଟ ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ଆଇନ ବିଷୟରେ ବୁଝାଇଥିଲେ।ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ କୋରାପୁଟ ଡିଭିଜନର ପ୍ରୋଜେକ୍ଟ ମ୍ୟାନେଜର ଗୌରାଙ୍ଗ କୁମାର ଜେନା ଯୋଗଦେଇ ପରିଚାଳନା କରିଥିଲେ।