ଖଡିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁ ସ୍ବାସ୍ଥ୍ୟ ସୁରକ୍ଷା ବୀମା ଯୋଜନା ଅନ୍ତର୍ଭୁକ୍ତ ନେଇ ଅଞ୍ଚଳରେ ଖୁସି ବ୍ୟକ୍ତ

ବୋଡେ଼ନ, (ଡୋଳେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ବିଜୁ ସ୍ବାସ୍ଥ୍ୟ ସୁରକ୍ଷା ବୀମା ଯୋଜନା ଅନ୍ତର୍ଭୁକ୍ତ ନେଇ ଅଞ୍ଚଳ ରେ ଖୁସି ବ୍ୟକ୍ତ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ୧୯୩୦ ମସିହାରୁ ଖଡିଆଳ ଇଭେଞ୍ଜିକାଲ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ସେବା ପ୍ରଦାନ କରି ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ରେ ସାମିଲ ହୋଇଅଛି। ଏହା ପୂର୍ବରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଏହି ଯୋଜନା ରେ ସାମିଲ ହୋଇ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସିଥିଲା। କାଗଜାତ ସମସ୍ୟା ନେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ବିଏସକେୱାଇ ରୁ ବାଦ ପଡ଼ିଥିଲା। ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ବିଏସକେୱାଇ ଅନ୍ତର୍ଭୁକ୍ତ ହେବା ନେଇ ଶୁଭାରମ୍ଭ କରିଥିଲେ । ଏଣିକି ନିଜ ଅଞ୍ଚଳ ରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇବା ନେଇ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଡ଼.ନିବେଦିତା ପରିମାଣିକ, ଡ. ଅଜିତ୍ ସିଂ ଖ୍ରୀଷ୍ଟ ଦାଶ, ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ