ଚୀନ୍ ପ୍ରସ୍ତୁତ ଆପ୍ ବ୍ୟବହାର ବିପଜ୍ଜନକ

ନୂଆଦିଲ୍ଲୀ : ଗୁଇନ୍ଦା ସଂସ୍ଥାଗୁଡ଼ିକ ଚୀନା ମୋବାଇଲ ଆପ ଗୁଡ଼ିକୁ ନେଇ ସତର୍କ କରାଇଦେଇଛନ୍ତି । ଏପରି ପ୍ରାୟ ୫୨ଟି ଆପକୁ ଚିହ୍ନଟ କରାଯାଇଛି । ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି । ଏସବୁ ସଂଦିଗ୍ଧ ଚୀନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, କ୍ଲିନ ମାଷ୍ଟର । ଏଗୁଡ଼ିକ ଜାତୀୟ ସୁରକ୍ଷା ପାଇଁ ମଧ୍ୟ ବିପଜ୍ଜନକ ବୋଲି ଏଜେନ୍ସିମାନେ କହିଛନ୍ତି । ପ୍ରକାଶ ଥାଉ କି ଭାରତ ଓ ଚୀନ ମଧ୍ୟରେ ବିବାଦ ଓ ଉତ୍ତେଜନା ବଢିଚାଲିଥିବାବେଳେ ଦେଶରେ ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଲୋକଙ୍କ ମଧ୍ୟରେ ଦାବି ଜୋରଦାର ହୋଇଛି । ଚୀନ ଦ୍ୱାରା ଭାରତୀୟ ସେନାଙ୍କ ହତ୍ୟା ପରେ ଭାରତ ସରକାର କେତେକ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ବିଭିନ୍ନ ଭାରତୀୟ ପ୍ରକଳ୍ପ ପାଇଁ ଡକାଯାଉଥିବା ଗ୍ଲୋବାଲ ଟେଣ୍ଡରକୁ ଯେପରି ଚୀନ କମ୍ପାନିମାନେ ହାତେଇ ନପାରିବେ ସେଥିପାଇଁ ନିୟମରେ କେତେକ ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି । ଏହାଛଡ଼ା ଚୀନ ବିରୁଦ୍ଧରେ ଆଉ କେତେକ ଆର୍ଥିକ ପଦକ୍ଷେପ ନେବାକୁ ଭାରତ ସରକାର ବିଚାର କରୁଛନ୍ତି । ଦୁଇ ମାସ ତଳେ ଭାରତ ସରକାର ନିଜର ଏଫଡିଆଇ ନିୟମରେ ପରିବର୍ତ୍ତନ କରି ଚୀନରୁ ଆସୁଥିବା ନିବେଶ ପାଇଁ ସରକାରୀ ଅନୁମତିକୁ ବାଧ୍ୟତାମୂଳକ କରିଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ