ଜମନକିରା ସ୍ଵାସ୍ତ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ
କୁଚିଣ୍ଡା, (ଲିପନ ନାଏକ):ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ଅନୁଷ୍ଠିତ ହୋଇଯାଇଛି। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସୁବୋଧ ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ତଥା ସ୍ୱାସ୍ଥ୍ୟ କେନ୍ଦ୍ର ଚ୍ୟାର ମେନ ସୁଜାତା ଖୁଣ୍ଟିଆ, ଡ଼. ଶରତ ଚନ୍ଦ୍ର ଦେହୁରୀ, ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ଼.ସିଦ୍ଧାର୍ଥ ବେହେରା, କୁଲୁଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ଆଶିଷ ରଞ୍ଜନ ପଣ୍ଡା, ଜମନକିରା ଆୟୁଷ ଡାକ୍ତର ଦିବ୍ୟ ରଞ୍ଜନ ବେହେରା ମଞ୍ଚାସିନ ଥିଲେ। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଚଳ ଥିବା ସୋଲାର ବିଦ୍ୟୁତ, ଶୀ.ଶୀ ଟିଭି କ୍ୟାମରେ, ଷ୍ଟାଫ କ୍ଵାଟର, ପାନୀୟ ସମସ୍ୟା, ସଭାଗୃହ ରେ ପାଣି ଗାଲୁଥିବା ଭଳି ଅନେକ ସମସ୍ୟା ସମ୍ବନ୍ଧରେ ଆଲୋଚନା କରାଜାଇଥିଲା ଓ ଶ୍ରୀ ମତି ଖୁଣ୍ଟିଆ ଯଥାଶୀଘ୍ର ଏ ସମ୍ପର୍କ ରେ ମୁଁ ଜିଲ୍ଲା ପାଳ ଏବଂ ଜମନକିରା ବିଡ଼ିଓ ଙ୍କ ସହିତ ଆଲୋଚନା କରି ଏହାର ସମାଧାନ ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧି ସୁଦର୍ଶନ ଖୁଣ୍ଟିଆ, ସଚିନ୍ଦ୍ର ସେଠ ଉପସ୍ଥିତ ଥିଲେ।