ଜିଲ୍ଲାସ୍ତରୀୟ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡିଆରେ ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମସô୍ୟ ଓ ପ୍ରାଣୀ ସମ୍ପଦ ମେଳା ମଙ୍ଗଳବାର ଦିନ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôା ଅଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଯୋଗଦେଇ ଏହି ମେଳା ଚାଷୀଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ,ଉପଜିଲ୍ଲାପାଳ, କେନ୍ଦୁଝର ଉମାଶଙ୍କର ଦଳେଇ,ମସô୍ୟ ଉପ ନିଦେ୍ର୍ଦଶକ ପ୍ରଦୀପ କୁମାର ଦେ,ଜିଲ୍ଲା ମସô୍ୟ ଅଧିକାରୀ ଦେବବ୍ରତ ସାମଲ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରି ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀ ଲାଭ ଉଠାଇଲେ ସେମାନଙ୍କର ଆୟ ଦ୍ୱିଗୁଣିତ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ । ମସô୍ୟ ଓ ପ୍ରାଣୀ ସମ୍ପଦ ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଚାଷୀମାନଙ୍କ ସଫଳତା ଅନ୍ୟ ଚାଷୀମାନଙ୍କୁ ଜଣାଇବାକୁ ମତପ୍ରକାଶ ପାଇଥିଲା । ସମୟଶ୍ରୀ ଚାଟ୍ଟାର୍ଜୀ ଏବଂ ଆନନ୍ଦପୁର ଏସ୍ଡିଭିଓ ଡାକ୍ତର ନକୁଳ ଚନ୍ଦ୍ର ନାୟକ ମଂଚ ପରିଚାଳନା କରିଥିବାବେଳେ ଜିଲ୍ଲା ମସô୍ୟ ଅଧିକାରୀ ଦେବବ୍ରତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଦର ବ୍ଲକର ଆଦିତ୍ୟ ନାରାୟଣ ବାରିକଙ୍କୁ ଛେଳି ପାଳନ କ୍ଷେତ୍ରରେ,ଘଟଗାଁ ବ୍ଲକର ସଞ୍ଜୟ ପଲେଇଙ୍କୁ ଗୋପାଳନ କ୍ଷେତ୍ରରେ,ଆନନ୍ଦପୁର ବ୍ଲକର ମଞ୍ଜୁଳା ରଣା ଏବଂ ସଦର ବ୍ଲକର ମା’ ବାସୁଳି ସ୍ୱୟଂ ସହାୟକ ଗୋଷ୍ଠିକୁ ମସô୍ୟପାଳନ କ୍ଷେତ୍ରରେ ଅଗ୍ରଣୀ ଚାଷୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମେଳାରେ ୧୯ଟି ବିଭାଗର ମୋଟ ୩୫ଟି ଷ୍ଟଲ ପଡିଛି । ଓପନ ଷ୍ଟଲ ହୋଇଥିବା ଗାଈ,ଛେଳି,ବତକ,ମଇଁଷି,ପକ୍ଷୀ ପ୍ରଦର୍ଶନୀ,ବାୟୋଫ୍ଲକ ମାଛ ଚାଷ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ସଭା ପରେ ପ୍ରଥମାର୍ଦ୍ଧରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଚାଷୀ ଓ ବୈଜ୍ଞାନିକମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ପ୍ରାଣୀସମ୍ପଦ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିଦେ୍ର୍ଦଶକ ଡାକ୍ତର ବିନୟ ଭୂଷଣ ମିଶ୍ର,କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଲିପ୍ସା ଦାସ,ଉଦ୍ୟାନ ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଦାସ,ସାହାରପଡା ବ୍ଲକ ସହକାରୀ ମସô୍ୟ ଅଧିକାରୀ ସୁରଜ କୁମାର ପ୍ରଧାନ,ମଣ୍ଡଳ ପ୍ରାଣୀ ଚିକିସôା ଅଧିକାରୀ ସରୋଜ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କର ଗୋପାଳନ ଏବଂ ମସô୍ୟ ପାଳନରେ ବୈଷୟିକ ଜ୍ଞାନ କୌଶଳ ଉପଯୋଗିତା ଉପରେ ଆଲୋଚନା କରିବା ସହ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିସôା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମହାନ୍ତ,ଅତିରିକ୍ତ ପ୍ରାଣୀ ଚିକିସôା ଅଧିକାରୀ (ପ୍ରାଣୀ କଲ୍ୟାଣ) ଡାକ୍ତର ପ୍ରସନ୍ନ କୁମାର ମୁଣ୍ଡା,ଘଟଗାଁ ମଣ୍ଡଳ ପ୍ରାଣୀ ଚିକିସôା ଅଧିକାରୀ ସୁଶାନ୍ତ କୁମାର ସିଂ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିସôା ଅଧିକାରୀ(ପ୍ରାଣୀ ଉତ୍ପାଦନ) ଡାକ୍ତର ରାମଚନ୍ଦ୍ର ମହାନ୍ତି,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôାଳୟର ଉପ ନିଦେ୍ର୍ଦଶକ ଡାକ୍ତର ରାଧାଗୋବିନ୍ଦ ପୁହାଣ,କେନ୍ଦୁଝର ସଦର ଉପଖଣ୍ଡ ପ୍ରାଣୀ ଚିକିସôା ଅଧିକାରୀ ଡାକ୍ତର ଅଶୋକ କୁମାର ସାହୁ,ମସô୍ୟ ବିଭାଗର ସହକାରୀ ମସô୍ୟ ଅଧିକାରୀ ବନଲତା ନାୟକ,ବରିଷ୍ଠ ମସô୍ୟ ବୈଷୟିକ ସହାୟିକ ସସ୍ମିତା ନାୟକ,କନିଷ୍ଠ ମସô୍ୟ ବୈଷୟିକ ସହାୟିକା ସ୍ୱପ୍ନାପ୍ରିତୀ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା କଳା ଓ ସାଂସ୍କୃତିକ ସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।